ଲକ ଡାଉନ ଥିବାରୁ ଅନେକ ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇପାରୁନାହାଁନ୍ତି
ଯାଜପୁର:କୋରେନା ପାଇଁ ଚାରିଆଡେ ଲକ ଡାଉନ ଥିବାରୁ ଅନେକ ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇପାରୁନାହାଁନ୍ତି । ସେଥିପାଇଁ ରୋଗୀ ମାନଙ୍କୁ ଘରେ ବସି ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଯାଜପୁରରେ ଆରମ୍ଭ ହୋଇଛି ଟେଲିମେଡିସିନ ବ୍ୟବସ୍ଥା । ରୋଗୀ ମାନେ ଘରେ ବସି ଟେଲିପୋଂନ ମାଧ୍ୟମରେ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସିତ ହୋଇପାରିବେ । ଏଥିପାଇଁ ଆଜି ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଡାକ୍ତର ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲେ । ଏଥିରେ ଘରୋଇ ଓ ଅବସରପ୍ରାପ୍ତ ଡାକ୍ତର ମାନେ ଯୋଗ ଦେଇ ଏଭଳି ସମୟରେ ରୋଗୀ ମାନଙ୍କୁ ସହାୟତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଆସନ୍ତାକାଲି ଠାରୁ ଏହି ସେବା ଆରମ୍ଭ ହେବ ବୋଲି ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି ।