ଲକ ଡାଉନ ନ ମାନିବାରୁ ବାଇକ ଆରୋହୀଙ୍କ ଉପରେ କଠୋର ହେଲା ପୁଲିସ ୩୫ ଟି ବାଇକ ଜବତ

ଯୋଡା:କେଦୁଝର ଜିଲା ଯୋଡାରେ ଲକ ଡାଉନକୁ ସଫଳ କରିବା ପାଇଁ ପୁଲିସ କଠୋର ହୋଇ ବାଇକ ଆରୋହୀମାନଙ୍କୁ ମାଡମାରି ଗତକାଲି ୩୫ ଟି ବାଇକ ଜବତ କରିଛି । ପୁଲିସ ମାଡ ଦେବା ସମୟରେ ରାସ୍ତାରେ ଯାଉଥିବା କୌଣସି ଲୋକଙ୍କୁ ଚିହ୍ନିନଥିଲା ପୁଲିସ । େଔଷଧ ଦୋକାନ ଯାଉଥିବା କର୍ମଚାରୀମାନଙ୍କୁ ପୁଲିସ ଆଖିବୁଜା ମାଡ ମାରିଥିଲା । ଯାହାଦ୍ୱାରା ଯୋଡାରେ ଲକ ଡାଉନ ନେଇ ଲୋକଙ୍କ ମଧ୍ୟରେ କୋକୁଆଭୟ ଦେଖାଦେଇଛି । କେତେକାଂଶରେ କାମ ନ ଥିଲେ କିଛି ଲୋକେ ଆଉ ପଦାକୁ ବହାରୁନଥିବା ଦେଖିବାକୁ ମିଳିଛି । ମିଳିଥିବା ସୁଚନା ଅନୁଯାୟୀ ଆଜି ପ୍ରାୟ ସକାଳ ୯ ଘଟିକା ସମୟରୁ ଲକ ଡାଉନ କୁ ଲୋକେ ମାନୁନଥିବାରୁ ପୁଲିସକୁ କଠୋର ନୀତି ଅବଳମ୍ବନ କରିଥିଲା । ଦୋକାନ ବଜାର ଠାରେ ଭିଡ ଜମାଉଥିବା ଲୋକଙ୍କଠାରୁ ଆରମ୍ଭ କରି ରାସ୍ତାରେ ବାଇକରେ ଯାଉଥିବା ଲୋକଙ୍କୁ ପୁଲିସ ମାଡ ମାରି ସାବାଡ କରିଥିଲା । ଲକ ଡାଉନ ଘୋଷଣା ହେବା ପରେ ମଧ୍ୟ ଯୋଡାରେ ଅଧିକାଂଶ ଲୋକେ କାମ ନ ଥାଇ ଦୋକାନ ବଜାର ଓ ରାସ୍ତାରେ ବୁଲାବୁଲି କରୁଛନ୍ତି ଏଥିପାଇଁ ପୁଲିସକୁ କଠୋର ହେବା ପାଇର୍ ପଡିଛି । ଏହାକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡା ବୋଲି ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ