ଲକ ଡାଉନ ରାତି ହେଲା କାଳ ୮ ଦୋକାନରୁ ଚୋରି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ମହାମାରୀ କରୋନାର ମୁକାବିଲା ପାଇଁ ପୁଲିସ ପୁରାଦମରେ ଲାଗିଥିବା ବେଳେ ଅନ୍ୟପଟେ ଦୁର୍ବୁତ୍ତ ମାନେ ସହରର ମୁଖ୍ୟ ରାସ୍ତାରେ ଥିବା ୮ଟି ଦୋକାନର ତାଲା ଭାଙ୍ଗ ଚୋରି କରିବା ଘଟଣା ସମଗ୍ର ଅଞ୍ଚଳରେ ବ୍ୟବସାୟୀ ମାନଙ୍କ ମଧ୍ୟରେ ଛନକା ପଶିଯାଇଛି। ଏନେଇ ଟାଉନଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ଜେରା କରୁଥିବା ଜଣା ପଡ଼ିଛି।ସୂଚନା ଅନୁଯାୟୀ, ଗୁରୁବାର ସକାଳୁ କୋର୍ଟ ଛକର ଏକ ପାନ ଦୋକାନ ଓ ଗୋଟିଏ ମୋବାଇଲ ଦୋକାନର ତାଲା ଭଙ୍ଗାଯାଇଥିବା ବେଳେ ଏକ ହୋଟେଲର ଝରକା ତଡା ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ପାନ ଦୋକାନ ଓ ହୋଟେଲରୁ ଦୁର୍ବୃତମାନେ ଟଙ୍କା ଓ ଜିନିଷ ଚୋରି କରି ନେଇଥିବା ବେଳେ ମୋବାଇଲ ଦୋକାନର ସଟର ଖୋଲି ପାରିନଥିଲେ। ସେହିପରି ଡିଆରଡିଏ ଛକରେ ୫ଟି ଦୋକାନର ତାଲା ଭଙ୍ଗା ଯାଇଥିବା ବେଳେ ୩ଟି ଦୋକାନରୁ ଜିନିଷ ଓ ନଗଦ ଟଙ୍କା ଚୋରି ହୋଇଥିବା ବେଳେ ଆଉ ଦୁଇଟି ଦୋକାନର ସଟର ଭାଙ୍ଗିପାରି ନାହାନ୍ତି। ଗୁରୁବାର ସକାଳେ ଦୋକାନ ମାଲିକମାନେ ଆସି ସେମାନଙ୍କ ଦୋକାନ ଭଙ୍ଗା ଯାଇଥିବା ଦେଖି ଟାଉନଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ୍‍ ଘଟଣା ସ୍ଥଳରେ ପହଞ୍ଚି ଛାନବିନ୍‍ କରିଥିଲେ। ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ନିଜେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏଥି ସହ ସହରର ଗୋପବନ୍ଧୁ ଛକ ଓ କୋର୍ଟ ଛକରେ ଲାଗିଥିବା ସିସି ଟିଭି ଯାଞ୍ଚ କରି ଦୁଇ ଜଣ ସନ୍ଧିଗ୍ଧ ଯୁବକଙ୍କୁ ଥାନାରେ ଅଟକ ରଖି ଜେରା କରୁଛି। ଖୁବ୍‍ ଶିଘ୍ର ଦୁର୍ବୁତ୍ତ ମାନେ ଧରା ପଡ଼ିବେ ବୋଲି ଏସଡିପିଓ ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି। ତେବେ ଗୋଟିଏପଟେ ସଂନ୍ଧ୍ୟା ୭ଟା ପରେ ସମଗ୍ର ଜିଲାର କଫ୍ୟୁ ବଳବତ୍ତର ରହିଥିବା ବେଳେ ୮ଟି ଦୋକାନରୁ ଚୋରି ଚିନ୍ତାର କାରଣ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ