ଲକ ଡାଉନ ସଟ ଡାଉନରେ ମନ୍ଦିର ପାରିପାର୍ଶ୍ବିକ ଉନ୍ନତି କରିବାକୁ ସଂକଳ୍ପ ନେଲେ ଯୁବସଙ୍ଘ
ସନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣି ଉଷ୍ଣପ୍ରସ୍ରବଣ ଠାରେ ଥିବା ମା କନ୍ଧୁଣିଦେବୀ ଶକ୍ତି ପୀଠ ପରିସରରେ ଶ୍ରୀ ନୀଳକଣ୍ଠେଶ୍ଵର ଯୁବକ ସଂଘ ପକ୍ଷରୁ ଆଜି ମନ୍ଦିର ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯୁବକ ସଂଘ ର ସଦସ୍ୟ ମାନେ ମନ୍ଦିର ପରିସରରେ ଥିବା ଅନାବନା ବୃକ୍ଷଲତା ଗୁଡିକୁ ସଫା କରିବା ସହ ଲକଡ଼ାଉନ ସମୟରେ କାମଧନ୍ଦା ନପାଇ ନିଜର ମୂଲ୍ୟବାନ ସମୟକୁ ଖାଲିରେ ବ୍ୟର୍ଥ ନକରି ଯୁବ ସଦସ୍ୟ ମାନେ ଏଭଳି ସଫେଇ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ନିଜର ପାରିପାର୍ଶ୍ବିକ ପରିବେଶକୁ ସଫା ରଖିବା ପାଇଁ ଆହ୍ବାନ ଦେଇଥିଲେ। ସେହିପରି ଏହି ସମୟରେ ମନ୍ଦିରର ଯାବତୀୟ ସୌନ୍ଦର୍ଯ୍ୟ ମୂଳକ କାର୍ଯ୍ୟରେ ଯୁବକ ସଙ୍ଘ ସଦସ୍ୟ ମାନେ ନିଜସ୍ୱ ଉଦ୍ୟମ ବଳରେ କରିବେ ବୋଲି ସୂଚନା ଦେଇଛନ୍ତି। ସାମାଜିକ ଦୂରତା ରଖି ମାସ୍କ ପରିଧାନ କରି ସ୍ୱଚ୍ଛତାକୁ ଅଗ୍ରାଧିକାର ଦେଇଛନ୍ତି ଆଦିବାସୀ ଉପାନ୍ତ ସୀମାନ୍ତ ଅଞ୍ଚଳରେ ରହିଥିବା ଏହି ମା କନ୍ଧୁଣି ଦେବୀ ମନ୍ଦିର ଉପରେ ସରକାର ଙ୍କ ଅନୁଦାନ ମିଳିଲେ ମନ୍ଦିର ର ଉର୍ଣ୍ଣତି ହେବାସହ ବିଦେଶ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବ ବୋଲି ଯୁବକ ସଙ୍ଘ ସଦସ୍ୟ ମାନେ ମତପ୍ରକାଶ କରିଛନ୍ତି ।


