ଲଖମିପୁର-ଖେରୀରେ ମୃତ ଚାଷୀଙ୍କ ଉଦ୍ଦେଶ୍ୟରେ ଜେଏମଏମ ତରଫରୁ କେଣ୍ଡେଲ ଶୋଭାଯାତ୍ରା

ରାଇରଙ୍ଗପୁର, (ଅକ୍ଷୟ  ବିଶ୍ୱାଳ): ଉତ୍ତରପ୍ରଦେଶର ଲଖମିପୁର-ଖାରୀରେ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୁର୍ଣ ଆନ ଦୋଳନ ଚଳାଇଥିବିବେଳେ କେନ୍ଦ୍ର ସରକାରଙ୍କ ଗୃହ ରାଜ୍ୟମନ୍ତ୍ରୀଙ୍କ ଅଜୟ ମିଶ୍ରାଙ୍କ ପୁଅ ଆଶୀଶ ମିଶ୍ରା ଚାରିଚକିଆ ଯାନରେ ଆନ୍ଦୋଳନକାରୀଙ୍କ ଉପରେ ବର୍ବୋଚିତ ଗାଡି ଚଢାଇବା ଦ୍ବାରା ଘଟଣାସ୍ଥଳରେ ନିରିହ ୪ଜଣ ଅନ୍ନଦାତାଙ୍କ ମୃତ୍ୟୁ ହୋଇଥିବାବେଳେ ପରେ ଆଉ ୪ଜଣ ଅନ୍ନଦାତାଙ୍କର ମୃତ୍ୟୁ ହୋଇଥିଲା । ଭାରତ ଇତିହାସରେଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୁଖଦପୁର୍ଣ ଘଟଣା ।ଏହାକୁ ଝାଡଖଣ୍ଡ ମୁକ୍ତିମୋର୍ଚା ତରଫରୁ ତିବ୍ରନିନ୍ଦା କରାଯାଇଛି ।ତଦସହ ଝାମୁମୁ ଜିଲ୍ଲା କାର୍ଯ୍ୟାଳୟ,ରାଇରଙ୍ଗପୁରରୁ ଦଳୀୟ କର୍ମିବୃନ୍ଦ ଏକ କେଣ୍ଡେଲ ଶୋଭାଯାତ୍ରାରେ ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ଛକ ପର୍ଯ୍ୟନ୍ତ ଯାଇଥିଲେ ।ସେଠାରେ ମୃତଚାଷୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।କୃଷକ ମାନଙ୍କୁ ନ୍ୟାୟ ନ ମିଳିଲେ ଆଗାମି ଦିନରେ ଝାମୁମୋ ତରଫରୁ ତିବ୍ର ଆନ୍ଦୋଳନ କରାଯିବ ବୋଲି ଝାମୁମୋ ଓଡିଶା ପ୍ରଦେଶ ଊପସଭାପତି ପୂର୍ବତନ ବିଧାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ ‌।ଏହି କାର୍ଯ୍ୟାକ୍ରମରେ ଝାମୁମୋ କୋଷାଧ୍ୟକ୍ଷ ରଣଜିତ ସିଂ, କେନ୍ଦ୍ରିୟ କମିଟି ସଦସ୍ୟ ପବନ କୁମାର,ପ୍ୟାରୀମୋହନ ସାହୁ, ସାଲୁ କିସ୍କୁ,ମନୋଜ ବାରିକ,ଭାଗବତ ମାଝୀ ବହୁ ଦଳୀୟ ନେତୃବୃନ୍ଦ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ