ଲଖିକା ସଂସଦ ପକ୍ଷରୁ ଦଶେଶ୍ୱରୀ ପୁସ୍ତକ ଉନ୍ମୋଚନ ଉତ୍ସବ
ବ୍ରହ୍ମପୁର : ଗଞ୍ଜାମ ଜିଲା ଲେଖିକା ସଂସଦ ପକ୍ଷରୁ ଲେଖିକା ପୁଷ୍ପାଞ୍ଜଳି ପଟ୍ଟନାୟକଙ୍କ ସମ୍ପାଦନାରେ “ଦଶେଶ୍ୱରୀ’ ନାମକ କବିତା ସଂକଳନ ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଠାରେ ଉନ୍୍ମେ ।ଚିତ ହେ ।ଇଯାଇଛି । ଏହି କାଯର୍ୟକ୍ରମରେ ଲେଖିକା ସଂସଦର ଅ ।ବାହିକା ତଥା ସ୍ୱନାମଧନ୍ୟ ଲେଖିକା ସ୍ୱୟଂସିଦ୍ଧା ସ୍ୱର୍ଣ୍ଣପ୍ରଭା ପାଢ଼ୀଙ୍କ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ଡ଼ୁରାସ୍ଥିତ ରାମ ନାରାୟଣ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ବନମାଳି ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ନବୀନର ସମ୍ପାଦକ ରବି ରଥ ତାଙ୍କ ଭାଷଣରେ ସାହିତ୍ୟ ଓ ସମ୍ବାଦପତ୍ର ପ୍ରକାଶନ କରିବାରେ ଗଞ୍ଜାମ ଜିଲା ରାଜ୍ୟରେ ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ବହୁ ପତ୍ରିକା ପ୍ରକାଶ ପାଉଥିଲେ ମଧ୍ୟ ଅ ।ନ୍ତରିକତାର ଅଭାବରୁ ସେଗୁଡ଼ିକ ସୁପ୍ତ ଅବସ୍ଥାରେ ରହୁଛି । ତେଣୁ ଏଥିପ୍ରତି ଲେଖିକାମାନେ ଦୃଷ୍ଟି ଦେବାରେ ଗୁରୁତ୍ୱାରେ ।ପ କରିଥିଲେ । ମୁଖ୍ୟବକ୍ତା ଭାବେ ନବୀନ ସାହିତ୍ୟ ପ୍ରତିଷ୍ଠାନର ସମ୍ପାଦକ ଡ଼ା. ଚନ୍ଦ୍ରମଣି ସ୍ୱାଇଁ, ସାହିତ୍ୟିକ ପ୍ରଫୁଲ ଚନ୍ଦ୍ର ରାଉତ ପ୍ରମୁଖ ଯେ ।ଗଦେଇ ଦେ ।ଳପୂର୍ଣ୍ଣିମା ଓ ହେ ।ଲି ଉତ୍ସବ ପାଳନର ତାତ୍ପଯର୍ୟ ସହ ଦଶେଶ୍ୱରୀ ପୁସ୍ତକ ସମ୍ପର୍କରେ ଅ ।ଲେ ।କପାତ କରି ଏହି ପୁସ୍ତକର ଉତ୍ତରେ ।ତ୍ତର ଉନ୍ନତି କାମନା କରିଥିଲେ । ପ୍ରଥମେ ପୁସ୍ତକର ସମ୍ପାଦିକା ପୁଷ୍ପାଞ୍ଜଳି ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ସଭାନେତ୍ରୀ ଶ୍ରୀମତୀ ପାଢ଼ୀ ଏହି ୧୦ ଜଣ ଲେଖିକାଙ୍କୁ ଉତ୍ସାହିତ କରିବା ପାଇଁ ଶାଢ଼ୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନ୍ଦନା ମହାପାତ୍ର, ଇନ୍ଦିରାମଣି ପଟ୍ଟନାୟକ, ଅନ୍ନପୂର୍ଣ୍ଣା ପଣ୍ଡା, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ସ୍ୱର୍ଣ୍ଣମୟୀ ପାଢ଼ୀ, ସୁଧାଞ୍ଜଳି ମିଶ୍ର, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ସୁନନ୍ଦା ପାଢ଼ୀ, ଅ ।ର. ସୁନନ୍ଦା ପାଢ଼ୀ, ଅମୀୟବାଳା ପଟ୍ଟନାୟକ ଓ କପିଳ ଚନ୍ଦ୍ର ମହାନ୍ତି ପ୍ରମୁଖ ଅ ।ଲେ ।ଚନାରେ ଅଂଶଗ୍ରହଣ କରି ପୁସ୍ତକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।


