ଲଗାଣବର୍ଷାରେ ମୁସଲିମ ବସ୍ତି ଜଳବନ୍ଦୀ : ଜଳ ନିଷ୍କାସନ ପାଇଁ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗ୍ରାମପଞ୍ଚାୟତର ଚନ୍ଦନପୁର ମୁସଲିମ ବସ୍ତିଟି ଲଗାଣ ବର୍ଷା ‘ଳରେ ଜଳବନ୍ଦୀ ହୋଇଯାଇଛି । ରାସ୍ତା ପାଣିରେ ବୁଡିଯିବା ସହ ଲୋକଙ୍କ ଘରେ ପାଣି ପଶିଯାଇଥିବା ଅଭିଯୋଗ ହୋଇଛି । ସେହି ବର୍ଷାଜଳ ନିଷ୍କାସନର କୈାଣସି ବ୍ୟବସ୍ଥା କରାଯାଇନଥିବାରୁ ସାଧାରଣ ଲୋକ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ୭ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି ପ୍ରମୁଖ ଜଳବନ୍ଦୀ ଥିବା ବସ୍ତିର ଲୋକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହିତ କେନ୍ଦ୍ରାପଡାର ଭାରପ୍ରାପ୍ତ ବିଡିଓ ଅଶୋକ ମହାନ୍ତି ଏବଂ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଏସମ୍ପର୍କରେ ଜଣାଇ ତୁରନ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି କରିଛନ୍ତି । ସେହି ଅଞ୍ଚଳରେ ଥିବା ଜବରଦଖଲକୁ ମୁକ୍ତ କରାଯିବା ସହ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ଓ ଡ୍ରେନ ନିର୍ମାଣ ପାଇଁ ଉଭୟ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ