ଲଗାଣ ବର୍ଷାରେ ଛତ୍ରପୁର ଆଖପାଖ ଅଂଚଳ ବେହାଲ
ଛତ୍ରପୁର : ପୁଣି ଥରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳମଗ୍ନ ହୋଇଯାଇଛି । ଗତ ଦୁଇ ଦିନ ଧରି ଲାଗିରହିଥିବା ଲଘୁଚାପ ଜନିତ ବର୍ଷା ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି । ବୁଧବାର ରାତିରୁ ଲାଗିରହିଥିବା ବର୍ଷା କେତେବେଳେ ମୁଷଳ ଆକାରେ ବର୍ଷୁଛି କେତେବେଳେ ଝିପିଝିପି ହୋଇ ବର୍ଷୁଛି । ଏହାର ପ୍ରଭାବରେ ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ଓ ଆଖପାଖ ଅଂଚଳରେ ବର୍ଷାଜଳ ଭରି ରହିଛି । ଏପରିକି ଅନେକ ଘର ଭିତରେ ପାଣି ପଶିଯାଇଛି । ଏହାସହ ଆର୍ଯ୍ୟପଲ୍ଲୀ ଓ ଅଗସ୍ତିନୂଆ ଗାଁ ପଂଚାୟତ ଓଡିଆରପି କଲୋନୀ ଜଳ ବନ୍ଦୀ ରହିଛନ୍ତି । ବର୍ଷା ପାଣି ନିଷ୍କାସନର ସୁବିଧା ନାହିଁ । ଯାହଫଳରେ ସମସ୍ତ ଘର ଭିତରେ ପାଣି ପସି ଯାଇଛି । ଏହାଫଳରେ ଯାତାୟତର ସୁବିଧା ନାହିଁ । ସେହିପରି ଛତ୍ରପୁର ଏନଏସିର ବିଭିନ୍ନ ସାହି ବସ୍ତିରେ ଜଳ ନିଷ୍କାସନ ସୁବିଧା ନଥିବାରୁ ଅଧିକାଂଶ ବର୍ଷାଜଳ ରୋଡରେ ଭାସୁଛି । ଯାହାଫଳରେ ରୋଡ ଏବଂ ନାଳ ନନ୍ଦମା ଗୁଡିକ ନଷ୍ଟ ହୋଇଗଲାଣି । ଏହାସହ ଚାଷ ଜମି ଗୁଡିକ ଜଳବନ୍ଦୀରେ ରହିଛି ।