ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଦକ୍ଷିଣ ପଶ୍ଚିମ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ (ଡ଼ିପ୍ ଡ଼ିପ୍ରେସନ)ରେ ପରିଣତ ହେବା ପରେ ମଙ୍ଗଳବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ମଙ୍ଗଳବାର ବିଳମ୍ବିତ ରାତ୍ର ଠାରୁ ଲଗାଣ ବର୍ଷା ଯୋଗୁଁ ହିଞ୍ଜିଳିକାଟୁ ସହରରେ ପ୍ରଭାହିତ ହେଉଥିବା ଘୋଡ଼ାହାଡ଼ ନଦୀରେ ବନ୍ୟା ଆସିଛି । ପ୍ରବଳ ବର୍ଷା କାରଣରୁ ଏଭଳି ସଙ୍ଗିନ ସ୍ଥିତି ଉପୁଜିଛି । ହିଞ୍ଜିଳିକାଟୁ ଜଳସମ୍ପଦ ବିଭାଗ ପକ୍ଷରୁ ନିୟନ୍ତ୍ରଣ କକ୍ଷ ପକ୍ଷରୁ ମିଳିଥିବା ସୂଚନା ଆଧାରରେ ଗୁରୁବାର ଅପରାହ୍ନ ୪ଟା ମଧ୍ୟରେ ୧୧୫ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ହିଂଜିଳିକାଟୁ ବ୍ଳକର ନଦୀ ଉପକୂଳ ବର୍ତି ଅଂଚଳ ବୁରୁପୋଡ଼ା, ଖଣ୍ଡରା, ଚାନ୍ଦୁଲି, ସିକିରି, ରାଳବ, ଆଲପୁର, ଗିରିଆ , ନାରାୟଣପୁର, ଖରିଡ଼ା, ବାଳକୃଷ୍ଣପୁର ଅଂଚଳର ଚାଷ ଜମି ଜଳାବର୍ଣ୍ଣ ହୋଇ ପଡ଼ିଛି । ଧାନ ଫସଲ ଅମଳ ହେବା ବେଳକୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଏକର କିମ୍ବା ୨ ଏକର ନୁହେଁ ହଜାର ହଜାର ଏକରରୁ ଉଦ୍ଧ୍ୱର୍ ଧାନଚାଷ ଜମିରେ ବଢି ପାଣି ଲହଡ଼ା ଭାଙ୍ଗୁଛି । ସତେ ଯେପରି ଚାଷଜମି ଗୁଡ଼ିକ କୃତିମ ସାଗର ପାଲଟିଯାଇଛି । ୪/୫ ଫୁଟ ଉଚ୍ଚତାରେ ଏହି ବିସ୍ତୀର୍ଣ୍ଣ ଚାଷ ଜମିକୁ ଘେରି ରହିଛି ବଢି ପାଣି । ଚାଷ ଜମିରୁ ଏହି ବଢି ପାଣି ନିଷ୍କାସନ ହେବା ପାଇଁ ଆହୁରି ୪/୫ ଦିନ ଲାଗିବ ବୋଲି ଚାଷୀ ମାନେ କହିଛନ୍ତି । ଇତି ମଧ୍ୟରେ ଧାନ ଫସଲ ପୋଚକା ହୋଇଯିବା ସମ୍ଭାବନା ରହିଛି । ବର୍ଷା ଆହୁରି ୨ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଚାଷୀକୂଳ ମଧ୍ୟରେ ଛନକା ପଶିଛି । ଲଗାଣ ବର୍ଷା ଯୋଗୁଁ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ବ୍ଳକ ବୁରୁପୋଡ଼ା ପ୍ରାଥମିକ ବିଦ୍ୟାଳୟ ମଧ୍ୟକୁ ବର୍ଷା ଜଳ ପଶିଯାଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ବ୍ଳକ ଓ ତହସିଲ ପ୍ରଶାସନିକ କର୍ମଚାରୀ ପଂହଚି ଆବଶ୍ୟକୀୟ ପନ୍ଥା ଗ୍ରହଣ କରିଥିଲେ । ହିଂଜିଳିକାଟୁ ବ୍ଳକର ନଦୀ ଉପକୂଳ ବର୍ତି ଅଂଚଳ ବୁରୁପୋଡ଼ା, ଖଣ୍ଡରା, ଚାନ୍ଦୁଲି, ସିକିରି, ରାଳବ, ଆଲପୁର, ଗିରିଆ , ନାରାୟଣପୁର, ଖରିଡ଼ା ଅଂଚଳର ଜନସାଧାରଣ ଭୟଭୀତ ଅବସ୍ଥାରେ ରହିଛନ୍ତି । ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ତତ୍ପର ଥିବା ଜଣାପଡ଼ିଛି । ଗୁରୁବାର ସକାଳେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଜଳସମ୍ପଦ ବିଭାଗୀୟ ଏସଡ଼ିଓ ସନ୍ତୋଷ ଚୌଧୁରୀଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ସ୍ଥାନୀୟ ବ୍ଳକର ନଦୀ ଉପକୂଳ ବର୍ତି ଅଂଚଳ ଗୁଡ଼ିକର ବୁଲି ଦେଖିବା ସହ ସଂପୃକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ