ଲଗାଣ ବର୍ଷାରେ ଫସଲ ନଷ୍ଟ; ଚିନ୍ତାରେ ଚାଷୀ!

କୋଦଳା, (ଗୁଲସନ୍ କୁମାର କର):ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ ଜିଲ୍ଲାରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା l ପାଣିପାଗ ବିଭାଗ ପକ୍ଷରୁ ୧୬ ତାରିଖ ଯାଏଁ ବର୍ଷା ଲାଗି ରହିବ ବୋଲି ସତର୍କ କରାଯାଇଛି।ଲଗାଣ ବର୍ଷା ଫଳରେ ବେଗୁନିଆପଡା ବ୍ଳକର ଅଧିକାଂଶ ଗ୍ରାମର ଧାନ ଫସଲ ନଷ୍ଟ ହେବା ନେଇ ଚିନ୍ତିତ ହୋଇଛନ୍ତି ଚାଷୀମାନେ। ଦୁଇଦିନ ଧରି ଲଗାଣ ବର୍ଷା ଗଞ୍ଜାମ ଜିଲ୍ଲାରେ ୩୮.0 ମିମି ବର୍ଷା ସଂଗ୍ରହ କରାଯାଇଛି l ଏହାର ପ୍ରଭାଵରେ ଏବେ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି l ଏହା ପ୍ରଭାଵରେ ଧାନ କିଆରିରେ ପାଣି ଭର୍ତ୍ତି ହୋଇ ରହିଛି l ଆହୁରି ୨ ଦିନ ଧରି ପ୍ରବଳ ବର୍ଷିଵ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି l ତେଣୁ ପାଚିଲା ଧାନ ଫସଲ ନଷ୍ଟ ହେବା ଏକ ପ୍ରକାର ସୁନିଶ୍ଚିତ l ଏଥିପାଇଁ ଚିନ୍ତାରେ ଚାଷୀ l ଧାନ ଅମଳ ସମୟ ଲଘୁଚାପ ବର୍ଷା ଚାଷୀ ମନରେ ଆଣିଦେଇଛି ଛନକା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ