ଲଗାଣ ବର୍ଷାରେ ବେହାଲ ହାଟଡିହି : ବାହ୍ୟ ଯାତାୟତ ବିଚ୍ଛିନ୍ନ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ବର୍ଷାରେ ବେହାଲ ହୋଇପଡିଛି ହାଟଡିହି । ଗତ ଶୁକ୍ରବାର ରାତି ତମାମ ବର୍ଷା ଲାଗି ରହିବାଦ୍ୱାରା ବ୍ଲକର ଅଧିକାଶଂ ଅଞ୍ଚଳର ଜଳମଗତନ ହୋଇପଡିଛି । ବିୋଷକରି ବର୍ଷାଜଳ ନିସ୍କାସନର ବ୍ୟବସ୍ଥା ନଥିବାରୁ ଶାସଙ୍ଗ ପଞ୍ଚାୟତର ଛେନାପଦି, ଗଳିଗୋପାଳପୁର ଗାଁ ଜଳମଗନ ହୋଇପଡିଥିବା ବେଳେ ୫୦ରୁ ଉର୍ଦ୍ଧ ଲୋକଙ୍କ ଘରେ ପାଣି ପସିଯାଇଛି । ଅନେକ ଲୋକଙ୍କ ଘର କାନ୍ଥ ପଡିଯାଇଛି । ବର୍ଷା ହେଲେ ଏହି ଗାଁ ଦୁଇଟିରେ ଏପରି ସମସ୍ୟା ଲାଗି ରହିୁଥିବାରୁ ଗାଁ ଲୋକେ ଆଜି ସକାଳୁ ସକାଳୁ ଛେନାପଦି-ହଦଗଡ ରାସ୍ତାକୁ ପଥର ପକାଇ ୫ଘଣ୍ଟା କାଳ ଅବରୋଧ କରିଥିଲେ । ଖବରରୁ ଜଣାଯାଇଛି ଯେ ପ୍ରବଳ ବର୍ଷା ହେବାଦ୍ୱାରା ପାହାଡରୁ ବର୍ଷାପାଣି ଆସି ଛେନାପଦି, ଗଳିଗୋପାଳପୁର ଗାଁ ଦୁଇଟିକୁ ଜଳମଗ୍ନ କରିଦେଇଥିଲା । ଫଳରେ ଗ୍ରାମର ବୁଧିଆ ଯେନା, ପିତାମ୍ବର ଯେନା, ମୁନା ଯେନା, ଗୁଣାକର ଯେନା, ଚନ୍ଦ୍ରମଣି ଯେନା, ଜଳଧର ଯେନା, ମୁନୁ ଯେନା, ଦିଲ୍ଲିପ କୁମାର ଯେନା, ନାରାୟଣ ଯେନା, ସାବିତ୍ରୀ ଯେନା, ଜାନକୀ ଯେନା, ସୁଧାକର ଯେନା, ଛବି ଯେନା, ପର୍ଶୁରାମ ଯେନା, ସଞ୍ଜୟ ଯେନା, ବିଳାଶ ଯେନା, କାହ୍ନୁ ଚରଣ ଯେନା, କାର୍ତ୍ତିକ ଯେନା, ମିନୁ ଯେନା, ଗୋଲାପ ଯେନା, କୁନା ଯେନା, ବାବୁ ପେରେଇ, ବାଳକୃଷ୍ଣ ଯେନା, ଭଗବାନ ଲେଙ୍କା, ଡମ ଯେନା, ବିକାଶ ଯେନା, ଜାନକୀ ଯେନା, ବଲ୍ଲବ ଯେନା, ବିଜୟ ଯେନା, ଶରତ ଯେନା, ରତିକାନ୍ତ ଯେନାଙ୍କ ସମେତ ୫୦ରୁ ଉର୍ଦ୍ଧ ଲେଙ୍କ ଘରେ ପାଣି ପସିଯାଇଥିଲା । ଲୋକମାନେ ରାତି ଉଜାଗର ରହି ପାଣି ବାହିଥିଲେ ମଦ୍ୟ ପାଣିର ମାତ୍ର ବଢ଼ିବାରୁ ନିଜ ନିଜ ଜିନିଷପତ୍ର ଧରି ବାହାରକୁ ପଳାଇ ଆସିôତଲେ । ଏହାକୁନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପାଇବା ସହ ଉତ୍ତ୍ୟେକ୍ତ ଲୋକମାନେ ଛେନାପଦି ହଦଗଡ ରାସ୍ତାକୁ ପଥର ପକାଇ ଅବରୋଧ କରିଥିଲେ । ଫଳରେ ଛେନାପଦି ହଦଗଡ ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା । ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବରପାଇ ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ, ହାଟଡିହି ବିଡିଓ ସୁଶାନ୍ତ କୁମାର ବରିକ, ନନ୍ଦିପଦା ଥାନା ଏସଆଇ ଅରୁପ ସାମଲ, ଶାସଙ୍ଗ ପଞ୍ଚାୟତର ପିଇଓ କୋଦଣ୍ଡଧର ପଣ୍ଡା, ମରୈଗାଁ ରାଜସ୍ୱ ନିରୀକ୍ଷକ ପ୍ରମୁଖ ଲୋକମାନଙ୍କ ପାଖରେ ପହଞ୍ଚି ଜଳନିସ୍କାସନର ବ୍ୟବସ୍ଥା କରାଇବାପରେ ଲୋକମାନଙ୍କୁ ବୁଝାସୁଝା କରାଇ ରାସ୍ତା ଅବରୋଧ ହଟାଇଥିଲେ । ଛେନାପଦି-ହଦଗଡ ରାସ୍ତା ଓ ଆନନ୍ଦପୁର ଭଦ୍ରକ ରାସ୍ତାରେ ଥିବା କଲଭଟ ଗୁଡିକ ଅବରୋଧ ହୋଇଯାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ପରେ ତହସିଲଦାର ଏବଂ ବିଡିଓ ଗାଁ ଭିତରେ ବୁଲି ଲୋକମାନଙ୍କ ସମସ୍ୟାକୁ ନିଜ ଆଖିରେ ଦେଖିବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କ୍ଷତିଗ୍ରସ୍ଥ ଲୋକମାନଙ୍କ ପାଇଁ ଗୋଟିଏ ଦିନର ରନ୍ଧାଖାଦ୍ୟ ଦେବା ସହିତ ସ୍କୁଲ ଘରେ ରହିବାର ବ୍ୟବସ୍ଥା କରାଇଥିଲେ । ପରେ ତହସିଲ ପକ୍ଷରୁ କେତେକ ଘର ଭାଙ୍ଗି ପଡିଥିବା ପରିବାରକୁ ପଲିଥିନି ଯୋଗାଇ ଦିଆଯାଇଛି । ସେହିପରି ଛେନାପଦି ଛକରେ କିଛି ଦୋକାନଘର ବୁଡି ଯାଇଥିବାବେଳେ ଛେନାପଦିଛକ ଠାରୁ ଚୋରଗଡିଆ ଛକ ପର୍ଯ୍ୟନ୍ତ ଥିବା ଅନେକ ବାସଗୃହ ପାଣିଘେରରେ ରହିଛି । ଚୋରଗଡିଆ ତରତରା ରାସ୍ତାର ଚୋରଗଡିଆ ଛକରେ ରାସ୍ତା ଉପରେ ପାଣି ଚାଲୁଥିବାବେଳେ ଅକରୁଆ ତରତରା ରାସ୍ତାରେ ରାସ୍ତାବୁଡି ପାଣି ଚାଲୁଛି । ସେହିପରି ଛେନାପଦି, ବଡତିରା, ଶାସଙ୍ଗ, ଚୋରଗଡିଆ, ଅସିଆ, ଗଳିଗୋପାଳପୁର, ଭାତକରୁଆ ଆଦି ଗ୍ରାମର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଯାଇଛି । ଯଦି ଦିନେ ଦୁଇଦିନ ଭିତରେ ପାଣି ନକମେ ତେବେ ବ୍ୟାପକ ଧାନଚାଷ କ୍ଷତିଗ୍ରସ୍ଥ ହେବାର ଆଶଙ୍କା ଦେଖାଦେଇଛି ବୋଲି ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ କହିଛନ୍ତି ।