ଲଗାଣ ବର୍ଷାରେ ଭୁଷୁଡ଼ିଲା କାନ୍ଥ : ବର୍ତ୍ତିଗଲେ ମାଆ, ପୁଅ ଓ ଝିଅ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାରେ ଗତ ଦିନରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି। ଏଭଳି ସ୍ଥଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର କ.ନୂଆଗାଁ ବ୍ଳକ ଅନ୍ତର୍ଗତ ପୁରୁଣାନୂଆଗାଁ ଅଞ୍ଚଳର ଗେଲି ବେହେରା ନାମକ ଜଣେ ବିଧବା ମହିଳାଙ୍କର ମଧ୍ୟ ଘରର କାନ୍ଥ ବର୍ଷାରେ ଭୁଷୁଡ଼ି ପଡ଼ିଛି। ତେବେ ଏହି ସମୟରେ ନିଜେ ମହିଳା ଓ ତାଙ୍କର ଗୋଟିଏ ପୁଅ ଓ ଝିଅ ପଡ଼ିଶା ଘରକୁ ଯାଇଥିବା ଯୋଗୁଁ ବର୍ତ୍ତିଯାଇଛନ୍ତି ଏକ ନିଶ୍ଚିତ ଦୁର୍ଘଟଣାରୁ। ତେବେ ଘର ଭାଙ୍ଗିଯାଇଥିବା ଯୋଗୁଁ ଏହି ପରିବାର ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କେତେବେଳେ କାହା ବାରଣ୍ଡାରେ ରୋଷେଇ କରି ଜୀବନ ବିତାଉଛନ୍ତି। ଏଭଳି ସ୍ଥଳେ ଭୁଷୁଡ଼ି ପଡ଼ିଥିବା ଘରର କାନ୍ଥ ତିଆରି ପାଇଁ ଆର୍ଥିକ ସହାୟତ ପାଇଁ ସେ ବୁଧବାର ଦିନ ଲିଖିତ ଭାବେ କ.ନୂଆଗାଁ ତହସିଲଦାରଙ୍କୁ ଜଣାଇବା ସହିତ ପଂଚାୟତର ସରପଂଚ ଓ ସମିତିସଭ୍ୟଙ୍କୁ ମଧ୍ୟ ଜଣାଇଛନ୍ତି।ଅନ୍ୟପକ୍ଷରେ କରୋନା କଟକଣା ଯୋଗୁଁ ହୋଇଥିବା ଲକ୍‍ଡ଼ାଉନ୍‍ ଓ ସଟ୍‍ ଡ଼ାଉନ୍‍ କାରଣ ଯୋଗୁଁ ଶ୍ରମିକ ଭାବେ କାମ କରୁଥିବା ଗେଲି ବେହେରା କାମଧନ୍ଦା କରିପାରି ନ ଥିବା ଯୋଗୁଁ ତାଙ୍କ ପକ୍ଷେ ଘର ତିଆରି କରିବାକୁ ଆର୍ଥିକ ସ୍ଥିତି ଭଲ ନାହିଁ ବୋଲି ମଧ୍ୟ ଦର୍ଶାଇ ମରାମତି କରିବା ପାଇଁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ