ଲଗାଣ ବର୍ଷାରେ ୪ ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଗତ ଦୁଇ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିବା ଫଳରେ ମୋହନା ନିକଟରେ ଥିବା ହରଭଙ୍ଗି ନଦୀର ଜଳ ସ୍ତର ବୃଦ୍ଧି ପାଇଛି । ଫଳରେ ଧନୁପଙ୍କ, ବାଢ଼େଇପୁର, ଗୁଡୁରିଗୁଡା ଓ ନୂଆସାହିକୁ ଯୋଗାଯୋଗ ବିଛିନ୍ନ ହେବା ସହ ୪ ଖଣ୍ଡ ଗାଁକୁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଥିବା ଜଣାପଡିଛି । ଲଗାଣ ବର୍ଷା ଯୋଗୁଁ ଅଙ୍ଗନବାଡି ଦିଦି ଦୁଇ ଦିନ ହେଲାଣି ନିଜ ସେଣ୍ଟରକୁ ଯାଇପାରିନାହାନ୍ତି । ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଖାଦ୍ୟ ଯୋଗାଇବା ଏକପ୍ରକାର ବନ୍ଧ ହୋଇଯାଇଛି । କିଛି କଲେଜ ଛାତ୍ର ନଦୀ ଏପଟେ ଫସି ରହିଛନ୍ତି । ଆସିବା ବେଳେ ଜଳ ସ୍ତର କମ୍ ଥିବାରୁ ହିଲ୍ ଟପ୍ କଲେଜ୍ କୁ ଯାଇଥିଲେ ଫେରିବା ବେଳେ ଜଳ ସ୍ତର ବୃଦ୍ଧି ପାଇବାରୁ ନଦି ଏପଟେ ସମ୍ପର୍କୀୟ ଘରେ ଅଟକି ରହିଛନ୍ତି ଅତି ଆବଶ୍ୟକ ସାମଗ୍ରୀ ମଧ୍ଯ ଗ୍ରାମ ରେ ପହଞ୍ଚି ପାରୁନି ଗୁଡୁରୀଗୁଡା ଗ୍ରାମ ରେ ଶନିବାର ଦିନ ଏକ କାର୍ଯ୍ୟକ୍ରମ ଚାଲିଥିଲା ଜଳ ସ୍ତର ବୃଦ୍ଧି ପାଇବାରୁ ଲୋକେ ଜୀବନ କୁ ବାଜି ଲଗାଇ ଖାଦ୍ୟ ସାମଗ୍ରୀ ଓ ଗ୍ରାମ ରେ ଥିବା ରୋଗେଣା ବୃଦ୍ଧା ବାପ ମା ଙ୍କ ପାଇଁ ଔଷଧ ନେଉଥିବା ବେଳେ ବୁଡ଼ି ଯାଇଥିଲେ ଯୁବକ କିଛି ଦୂର ଗଲା ପରେ ନଦୀ କୂଳ ରେ ପହଞ୍ଚି ଥିଲେ ସେପେଟ ଲଗାଣ ବର୍ଷାରେ ଗୋବିନ୍ଦପୁରର ଏକ ଗଛ ଉପୁଡି ସେଲୁନ ଦୋକାନ ଉପରେ ପଡି ଦୋକାନ ଘର ଭାଙ୍ଗି ନଷ୍ଟ ହୋଇଛି| ରାମଗିରି ଗ୍ରାମ ରେ ମଧ୍ଯ ବିରାଟ କାୟା ଗଛ ପଡ଼ି ରାସ୍ତା ଅବରୋଧ ଶହ ବିଦୁତ ସଂଯୋଗ ବିଚ୍ଛିନ୍ନ ହୋଇଛି ମୋହନା ଅଂଚଳରେ ଲଗାଣ ବର୍ଷା ଲାଗିରହିଥିବା ବେଳେ ବନ୍ୟା ଜଳ ନିଷ୍କାସନ ପାଇଁ ଅଡ଼ବା ହରଭଙ୍ଗି ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ପାଇଁ ୮ ଗୋଟି ଗେଟ ମଧ୍ୟରୁ ଗୋଟିଏ ଗେଟ ଖୋଲା ଯାଇଛି । ଜଳ ଭଣ୍ଡାରରେ ବର୍ତ୍ତମାନ ୮୬% ଜଳ ମହଜୁଦ ରହିଛି । ସନ୍ଧ୍ୟା ୬.୧୫ ସୁଦ୍ଧା ମିଳିଥିବା ରିପୋର୍ଟନୁଜୟୀ, ପ୍ରତି ସେକେଣ୍ଡରେ ଡ୍ୟାମ ମଧ୍ୟକୁ ୪୪୩୨ କ୍ୱିଉସେକ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ଗୋଟିଏ ଗେଟ ଦେଇ ୩୬୩୬ କ୍ୱିଉସେକ ବନ୍ୟା ଜଳ ନିଷ୍କାସନ କରାଯାଇଛି । ବିଭଗୀୟ ଅଧିକାରୀ ପକ୍ଷରୁ ଡ୍ୟାମର।ଜଳ।ସ୍ଥିତି ଉପରେ ନଜର ରଖା ଯାଇଛି । ନଦୀ ଗର୍ଭକୁ ନ ଯିବାପାଇଁ ନଦୀ ଅବବାହିକାରେ ବସବାସ କରୁଥିବା ୧୩ ଖଣ୍ଡ।ଗ୍ରାମବାସୀଙ୍କୁ ସଚେତନ କରାଯାଇ ଥିବା ହରଭଙ୍ଗି ଜଳ ସେଚନ ବିଭଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।