ଲଗାଣ ବର୍ଷାହେବା ଯୋଗୁଁ ବିଭିନ୍ନ ଚାଷଜମି କ୍ଷୟକ୍ଷତି

ଶେରଗଡ଼, (ବିଭୁ ପ୍ରସାଦ ଦାସ):କରୋନା ମହାମାରୀ ଚାଷୀ ମାନଙ୍କ ଜୀବନ ଜୀବିକା ଛଡାଇ ନେଇଥିବା ବେଳେ ଏବେ ଲଗାଣ ବର୍ଷା ଚାଷୀ ମାନଙ୍କ ଜୀବିକା ସମ୍ପୂର୍ଣ ଭାବେ ଧୋଇନେଇଛି । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମରେ ଆଜକୁ ପ୍ରାୟ ଦୁଇଦିନ ହେବ ଲଗାଣ ବର୍ଷା ଲାଗିରହିଥିବାରୁ ଚାଷ ଜମିରେ ବିଭିନ୍ନ ପନିପରିବା ଗଛ ସବୁ ନଷ୍ଟ ହୋଇଯାଇଛି । ଏକର ଏକର ଜମିରେ ପାଣି ଜମି ରହିଥିବାରୁ ଚାଷୀ ମାନଙ୍କର ମୁଣ୍ଡରେ ଏବେ ଚଡକ ପଡ଼ିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଚାଷୀ ମାନେ କଣ କରିବେ କାହାକୁ କହିବେ ନିଜର ସମସ୍ୟା କିଏ ଶୁଣିବ ତାଙ୍କର ଦୁଃଖ ଏମିତି ଭାବି ମୁଣ୍ଡରେ ହାତ ଦେଇ ବସିଛନ୍ତି ନିରୀହ ଚାଷୀ ମାନେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଚାଷୀ ମାନେ ଆମ ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ ସେମାନଙ୍କ ଦୁଃଖ ଜଣାଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କର ସମସ୍ୟା ବୁଝି ଚାଷୀ ମାନଙ୍କର କ୍ଷୟକ୍ଷତି ଆକଳନ କରି ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ପୁରଣ କରିବେ ବୋଲି ଚାଷୀ ମାନେ ଆଶା ବାନ୍ଧି ବସିଛନ୍ତି । ଜିଲ୍ଲାପାଳ,ଉପଜିଲ୍ଲାପାଳ,ବିଡ଼ିଓ,ତହସିଲଦାର ଆସି ଚାଷ ଜମିକୁ ଦେଖି ଚାଷୀ ମାନଙ୍କ ସମସ୍ୟା ବୁଝି କ୍ଷୟକ୍ଷତି ଆକଳନ କରି ସେମାନଙ୍କୁ ସହାୟତା ରାଶି ପ୍ରଦାନ କରିବେକି ତାହା ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ