ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ଅକ୍ଟୋବର ୨୩ରୁ ୨୫ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ତାନରେ ହୋଇଥିବା ଲଗାଣ ବର୍ଷାରେ ରାଜ୍ୟରେ ଅନେକ ଲୋକ ବାସଗୃହ ହରାଇବା ସହିତ ଫସଲରେ ବି ଅନେକ କ୍ଷୟକ୍ଷତି ହୋଇଛି । ଲୋକମାନଙ୍କ ଲଗାଣ ବର୍ଷା ଜନିତ ହାଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଏହାକୁ ଆକଳନ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌ଆରସି ପ୍ରଦୀପ ଜେନା ଶନିବାର ଚିଠି ଲେଖିଛନ୍ତି ।
ଏସ୍‌ଆରସି ଏହି ଚିଠିରେ ବାସଗୃହ ଓ ଫସଲ କ୍ଷୟକ୍ଷତି ନେଇ ଆକଳନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଯେଉଁ ଜିଲ୍ଲାରେ ସାମାନ୍ୟ କ୍ଷୟକ୍ଷତି ହାଇଛି, ସେଠାକୁ ତୁରନ୍ତ ସହାୟତା ପ୍ରଦାନ କରାଯିବାକୁ ଏସ୍‌ଆରସି କହିଛନ୍ତି । ଏହି ସହାୟତା ରାଶି ରାଜ୍ୟ ବିପର୍ଯ୍ୟୟ ପାଣ୍ଠି ଓ ଜାତୀୟ ବିପର୍ଯ୍ୟୟ ପାଣ୍ଠିର ଗାଇଡଲାଇନ୍ ଅନୁସାରେ ପ୍ରଦାନ କରାଯିବ ବୋଲି ଜଣାଇଛନ୍ତି ଏସଆରସି । ତେବେ ଏହି ବର୍ଷା ଜନିତ ହାଇଥିବା କ୍ଷୟକ୍ଷତି ଆକଳନକୁ ଆସନ୍ତା ନଭେମ୍ବର ୪ ତାରିଖ ସୁଦ୍ଧା ଶେଷ କରିବାକୁ ଏସ୍‌ଆରସି ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ଷୟକ୍ଷତି ଆକଳନ ରିପାର୍ଟ ମିଳିବା ପରେ ହିଁ ଅନୁଦାନ ପ୍ରଦାନ କରାଯିବ । ଯେପରି ଆକଳନ ସମୟରେ କ୍ଷୟକ୍ଷତିର ଠିକ ତଥ୍ୟ ମିଳି ପାରିବା ସେଥିପାଇଁ ଘଟଣାସ୍ଥଳକୁ ସୁପରଭାଇଜିଂ କମିଟି ଯିବାର ବ୍ୟବସ୍ଥା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ