ଲଗାଣ ବର୍ଷା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ
ନବରଙ୍ଗପୁର ,(ଯୁଗାବ୍ଦ ନ୍ୟୁଜ୍): ନବରଙ୍ଗପୁର ଜିଲ୍ଲାରେ ଗତ ଦୁଇଦିନ ଧରି ପ୍ରବଳ ବର୍ଷା ସାଙ୍ଗକ ୁ ପବନ ବୋହିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେଉଁଠି ଛାତ ଘର ଅଛି ତ କେଉଁଠି ଚାଳ ଘର ରହିଛି । ପ୍ରବଳ ବର୍ଷା ଯୋଗୁଁ ଘରେ ପଶିଯାଇଛିିି ପାଣି । କାହା ଘର ଭିତରେ କେଉଁଠି ପାଦିଏ ପାଣି ତ ଆଉ କେଉଁଠି ଆଣ୍ଠିଏ ପାଣି । ।ଲଗାଣ ବର୍ଷା ପଭାବରେ ଜନ ଜୀବନ ଅସ୍ତ ବ୍ୟସ୍ତ ହେବା ସହ ବିଭିନ୍ନ ଅଂଳକକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ନବରଙ୍ଗପୁର ଅନ୍ତର୍ଗତ ତୁରିନଦୀ ଜଳ ସ୍ତର ବୃଦ୍ଧି ପାଇ ଜଳସ୍ତର ବିପଦ ସଂକୁଳ ଅବସ୍ଥାରେ ବୋହିଚାଲିଥିବାବେଳେ ନବରଙ୍ଗପୁର ,ସମେତ ଛତିଶଗଡ ରାଇପୁର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହା ସହ ଇଚ୍ଛାବତୀ ଗୁଡା କଲେଜ ରୋଡରେ ଥିବା ଅନେକ ଘର ବର୍ଷା ପ୍ରଭାବରେ ପ୍ରଭାବିତ ହୋଇଥିବା ଜଣାପଡିଛି ।