ଲଗାଣ ବର୍ଷା ଯୋଗୁଁ କରଞ୍ଜିଆ ଅଞ୍ଚଳ ଵେହାଲ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ଲଘୁଚାପ ଜନିତ ବର୍ଷା ରେ କରଞ୍ଜିଆ ଓ ଆଖ ପାଖ ଅଂଚଳର ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗ କରିଛନ୍ତି l କରଞ୍ଜିଆ ସହର ଓ ଏହାର ଆଖପାଖ ଅଞ୍ଚଳରେ ଗତ ଦୁଇ ଦିନ ଧରି,ଲଗାଣ ବର୍ଷା ଲାଗିରହିଛି। ତେବେ ପାଣିପାଗ ବିଭାଗ ପକ୍ଷରୁ ଆଜି କରଞ୍ଜିଆ ଠାରେ ୭୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।ଏହା ଛଡ଼ା କରଞ୍ଜିଆ ୧୫ ନମ୍ବର ୱଡରେ ଥିବା ବହୁ ଘର ମଧ୍ୟକୁ ବର୍ଷା ପାଣି ପଶିଯିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରର କିଛି ଲୋକଙ୍କ ଘର ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ସରିସୃପ ଓ ପୋକ ଜୋକ ଘର ମଧ୍ୟକୁ ପଶିଯାଇଥିଲା। ସେହିପରି କରଞ୍ଜିଆ ବ୍ଲକ କେରକେରା ନିକଟରେ କରଞ୍ଜିଆ-ଖିଚି° ରାସ୍ତା ଉପରେ ଗଛ ପଡ଼ିଯିବାରୁ କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଯାଇଥିଲା। ରାସ୍ତାର ଦୁଇ ପଟରେ ବହୁ ଗାଡ଼ି ମଟର ଛିଡ଼ା ହୋଇ ରହିଥିଲା। ନିକଟସ୍ଥ ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ଗଛକୁ କାଟି ରାସ୍ତାରୁ ଉଠାଇବା ପରେ ରାସ୍ତାରେ ଚଳାଚଳ ସ୍ବାଭାବିକ ହୋଇଥିଲା। ସେହିପରି କରଞ୍ଜିଆ ବ୍ଲକ ପାଟବିଲ ପଞ୍ଚାୟତର ୫୦ ଫୁଟ ଲମ୍ବର ପ୍ରାଚୀର ଭାଙ୍ଗି ନିକଟରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଘର ଉପରେ ପଡ଼ିଯାଇଥିଲା। ସେହି ବିଦ୍ୟାଳୟ ପରିସରରେ ମଧ୍ୟ ଆଣ୍ଠୁଏ ଲେଖାଏଁ ପାଣି ହୋଇଥିବାରୁ ଛାତ୍ରୀ ନିବାସ ରେ ରହୁଥିବା ପିଲାମାନଙ୍କ ଯିବା ଆସିବା ବିପଦପୂର୍ଣ୍ଣ ହୋଇ ପଡ଼ିଛି ।ଶୁଣ୍ଢିବିଲା ଗ୍ରାମର ସାକ୍ଷି ପାତ୍ର ଙ୍କ ଘର ଉପରେ ଗଛ ପଡ଼ିଯିବାରୁ ଘରଟି କ୍ଷତିଗ୍ରସ୍ତ ହୋଇଛି ତେବେ କୈାଣସି ଧନ ଜୀବନ ନଷ୍ଟ ହୋଇନଥିବା ଜଣାପଡିଛି। କରଞ୍ଜିଆ ବ୍ଲକ ପାଟୁଳିଡିହି ନିକଟରେ ଥିବା ବୁଢି ନଦୀର ଜଳପତ୍ତନ ବୃଦ୍ଧି ପାଇବାରୁ ପୋଲ ଉପରେ ୩-୪ ଫୁଟ ଉଚ୍ଚର ଜଳ ପ୍ରବାହିତ ହୋଇଥିଲା।ଏହା ଦ୍ବାରା ଦୁଧିଆଣି ପଞ୍ଚାୟତର ୯ ରୁ ଉର୍ଦ୍ଧ୍ବ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି।କରଞ୍ଜିଆ ବ୍ଲକ ର ଅନେକ ସ୍ଥାନ ମାନଙ୍କ ରେ କଚ୍ଚା ଘର ନଷ୍ଟ ହୋଇ ଥିବା ଖବର ମିଳିଛି। ସେହିପରି ଦେଓ ନଦୀ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାରୁ ଜଳ ଭଣ୍ଡାର ନିକଟଦେଇ ଯାଉଥିବା ରାସ୍ତା ଧୋଇ ହୋଇ ଯାଇଛି।ତେଣୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତେଣୁ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଓ ନଦୀ ବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଜି ପୁଣି ୫ ଟି ଗେଟ୍ ଖୋଲାଯାଇଛି। ଏହା ଦ୍ବାରା ଦେଓ ନଦୀର ଜଳ ସ୍ତର ବୃଦ୍ଧି ପାଇଛି l ଏଥି ସହିତ କରଞ୍ଜିଆ ସହର ନିକଟରେ ଥିବା ସୁଶିଲ କୁମାର ଅଗ୍ରୱାଲଙ୍କ ଫାର୍ମ ମଧ୍ୟକୁ ନଦୀ ଜଳ ପଶିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ