ଲଗାତାର ଦୁଇଦିନ ଧରି ଦୈନିକ ୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା
ନୂଆ ଦିଲ୍ଲୀ:କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ପାଥେୟ କରି ଦେଶରେ ଗତ ୨ ଦିନ ଧରି ଲଗାତାର ୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯,୦୧,୩୩୮ ନମୁନା ପରୀକ୍ଷା କରାଯାଇଥିବା ବେଳେ ଦେଶ ଦିନକୁ ୧୦ ଲକ୍ଷ ପରୀକ୍ଷା ପାଇ କ୍ଷେତ୍ର ପ୍ରସ୍ତୁତ କରିପାରିଛି ।
ନମୁନା ପରୀକ୍ଷା କ୍ରମାଗତ ବୃଦ୍ଧି ଯୋଗୁଁ ମୋଟ ପରୀକ୍ଷା ସଂଖ୍ୟା ପାଖାପାଖି ୪ କୋଟିରେ ପହଞ୍ଚିଛି । ଆଜିସୁଦ୍ଧା ଏହି ସଂଖ୍ୟା ୩,୯୪,୭୭,୮୪୮ରେ ପହଞ୍ଚିଛି । କେବଳ ଗତ ୨ ସପ୍ତାହ ମଧ୍ୟରେ ୧ କୋଟିରୁ ଊର୍ଦ୍ଦ୍ଵ ପରୀକ୍ଷା ହୋଇଛି । ଏଥିସହ ପ୍ରତି ନିୟୁତ ପିଛା କରୋନା ପରୀକ୍ଷଣ ୨୮,୬୦୭ ଛୁଇଁଛି। ବ୍ୟାପକ ନମୁନା ପରୀକ୍ଷା ଦ୍ଵାରା ହିଁ ପ୍ରାଥମିକ ଅବସ୍ଥାରୁ ସଂକ୍ରମିତଙ୍କୁ ଚିହ୍ନଟ କରି ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରି ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି।
ସୁଚିନ୍ତିତ କୋଭିଡ ପରିଚାଳନା ଯୋଗୁଁ ଦେଶରେ ହସ୍ପିଟାଲ ଭିତ୍ତିଭୂମି ସୁଦୃଢ଼ ହେବା ସହ ରୋଗ ନିରୂପଣ ପରୀକ୍ଷାଗାର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ୯୯୮ ସରକାରୀ ଓ ୫୬୬ଟି ଘରୋଇ ଏହିପରି ମୋଟ ୧୫୬୪ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।
ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ:https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ ।