ଲଘୁଚାପ ଆଣିପାରେ ରାଜ୍ୟରେ ମୌସୁମୀ
ଭୁବନେଶ୍ୱର, : ଆସନ୍ତା ୮ ତାରିଖରେ ହେବାକୁ ଥିବା ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ସୂତ୍ରରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ ରାଜ୍ୟପାଇଁ ମୌସୁମୀ ଆଣିଦେବ ବୋଲି ଆଶଙ୍କା କରାଯାଇଛି । ଆସନ୍ତା ୧୦ ତାରିଖଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ରାଜ୍ୟର ଏହି ଜିଲ୍ଲା ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଆଦି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ଆସିବା ପରେ ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳରେ ଉତାପ ହ୍ରାସ ପାଇବ ବୋଲି ସୂଚନା ଦିଅ ଯାଇଛି ।


