ଲଘୁଚାପ ଜନିତ ବର୍ଷାରେ ଘରର କାନ୍ଥ ଭାଙ୍ଗିଲା 

ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ଲୋକଙ୍କ ଘରେ ପାଣି ପସି କାନ୍ଥ ଭୁଷୁଡି ପଡିଥିବା ଜଣାଯାଇଛି । ବହୁ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରକାଶ ଯେ, ଗତ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ବନ୍ତ ବ୍ଲକର ବିଭିନ୍ନ ଗ୍ରାମରେ ପାଣି ପସି କେତେକ ଘର ନଷ୍ଟ ହୋଇଥିବା ଜଣାଯାଇଛି । ଟିଲୋ ପଞ୍ଚାୟତ ବଡସାହିର ତରଣୀସେନ ସାଙ୍କ ଘରର କାନ୍ଥ ଭୁଷୁଡି ପଡିବା ଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ସେହିପରି ଅଜିତ୍ ଜେନାଙ୍କ ଘରର କାନ୍ଥ ଭୁଷୁଡି ପଡିଛି । ଛୟାଳସିଂ ଗ୍ରାମର ଅଧିକାଂଶ ଘରେ ପାଣି ପସି ଜନଜୀବନ ପ୍ରଭାବିତ ହୋଇଛି । ପ୍ରଶାସନ ତୁରନ୍ତ ତଦନ୍ତ କରି ବିପନ୍ନ ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ