ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସ୍କୁଲ ପଡ଼ିଆ ପାଲଟିଛି କୃତ୍ରିମ ପଖୋରି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଶ୍ରେଣୀ ଗୃହ ପୁନାଦି ତଳୁ ବିଭିନ୍ନ ସ୍ଥାନରେ ବାହାରୁଛି ଝର। ବିଦ୍ୟାଳୟ ଗେଟ ପାଖରୁ ପଡ଼ିଆ ଦେଇ ଯାଉଥିବା ମୁଖ୍ୟ ରାସ୍ତାରେ ଜମି ରହିଛି ଆଣ୍ଠୁଏ ପାଣି। ଆଣ୍ଠୁଏ ଲାଖି ପାଣିରେ ପଶି ସ୍କୁଲକୁ ଯାଉଛନ୍ତି ଛାତ୍ରଛତ୍ରୀ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଭ୍ରମର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ଏଭଳି ଅବସ୍ଥା ହୋଇଥିବା ଦେଖିବାକୁ ମିଳିଛି। ଏଠାରେ ଶ୍ରେଣୀଗୃହ ଭିତର ଦେଇ ବିଭିନ୍ନ ସ୍ଥାନରେ ଝର ବାହାରି ଶ୍ରେଣୀ କକ୍ଷ ସମ୍ମୁଖରେ ଏବଂ ପଡ଼ିଆ ମଧ୍ୟରେ ଆଣ୍ଠୁଏ ଆଣ୍ଠୁଏ ଲାଖି ପାଣି ଜମିରହୁଛି।ତେଣୁ ଅଙ୍ଗୱାଡ଼ି କୁନି କୁନି ପିଲା ମାନେ ଏବଂ ସ୍କୁଲ ଛାତ୍ର ଛାତ୍ରୀ ଯିବା ଆସିବା କରିବା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସ୍କୁଲ ଯାଉଛନ୍ତି ପାଠ ପଢି। ଏଭଳି ଅବସ୍ଥା ହୋଇଥିବାରୁ ଶ୍ରେଣୀ କକ୍ଷ ସମ୍ମୁଖରେ କେଉଁ କେଉଁ ସ୍ଥାନରେ ଇଟା, ପଥର ରଖି ତା ଉପରେ ଡେଇଁ ଡେଇଁ ଯାଉଛନ୍ତି ତ ରାସ୍ତା ଉପରେ ଜମିରହିଥିବା ଆଣ୍ଠୁଏ ଆଣ୍ଠୁଏ ପାଣିରେ ଭିତରେ ପସି ସ୍କୁଲ ଯାଉଛନ୍ତି ଛାତ୍ରଛତ୍ରୀ। ଛାତ୍ରଛାତ୍ରୀ କେତେବେଳେ ପଡ଼ିଯିବାର ସମ୍ଭାବନା ମଧ୍ୟ ରହି ଥିବାରୁ ସମସ୍ତଙ୍କ ମନରେ ଭୟଭୀତ ହେବାର ପରିଲକ୍ଷିତ ହୋଇଛି। ତେଣୁ ଅଭିଭାବକ ମାନଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି। ସୂଚନା ଅନୁସାରେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ପଡ଼ିଆ ମଧ୍ୟଦେଇ ଯିବା କଷ୍ଟକର ହୋଇ ପଡୁଥିବା ବେଳେ ଶ୍ରେଣୀ ଗୃହ ପ୍ରବେଶ କରିବା ନ କହିବା ଭଲ। ବର୍ଷା କମିଲା ପରେ ମଧ୍ୟ ଦୀର୍ଘ ଦିନ ଧରି ଝର କମୁନଥିବା କହିଛନ୍ତି ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକ ମାନେ।ଏହି ବିଦ୍ୟାଳୟର ପଛପଟରେ ରହିଛି ଚାଷଜମି। ବର୍ଷାହେଲେ ଚାଷ ଜମିରେ ଜଳ ମଗ୍ନ ହୋଇ ରହି ଥାଏ। ବିଦ୍ୟାଳୟ ପଛପଟ ପାଚେରୀ ନାହିଁ କି ଡ୍ରେନ ବ୍ୟବସ୍ଥା ନାହିଁ । ଏଠାରେ ସାମାନ୍ୟ ବର୍ଷା ହେଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ଥାଏ। ସୂଚନା ଅନୁଯାୟୀ ବିଦ୍ୟାଳୟ ରେ ୧ମ ଶ୍ରେଣୀ ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ରହି ଥିବାବେଳେ ୧୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟ ପରିସରରେ ୨ଟି ଅଙ୍ଗନବାଡି଼ ଏବଂ ଗୋଟିଏ ମିନି ଅଙ୍ଗନବାଡି଼ କେନ୍ଦ୍ର ରହିଅଛି। ଏଥିରେ ୫୦ରୁ ଉର୍ଦ୍ଧ କୁନି ପିଲା ମାନେ ଅଙ୍ଗନବାଡି କେନ୍ଦ୍ରକୁ ନୀତି ଆସିଥାନ୍ତି। ଏହି ଭଳି ପଡ଼ିଆ ମଧ୍ୟରେ ଆଣ୍ଠୁଏ ଲାଖି ପାଣି ଜମି ରହିଥିବାରୁ। ଛତ୍ର ଛାତ୍ରୀ ମାନେ ଅଙ୍ଗନୱାଡି ଏବଂ ସ୍କୁଲ ଯିବା ଆସିବା ନାହିନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି।ତେଣୁ ଛାତ୍ରଛାତ୍ରି ମାନଙ୍କ ଶାରୀରିକ ସୁସ୍ଥତା ପାଇଁ ଖେଳ କୁଦ କିମ୍ବା ବ୍ୟାୟାମ ମଧ୍ୟ ପଡ଼ିଆରେ କରି ପାରୁ ନାହାଁନ୍ତି। ଏହା ପ୍ରତି ବିଭାଗୀୟ ଅଧିକାରୀ ମାନେ ଯଥାଶୀଘ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେଇ କାର୍ଯ୍ୟ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ଅଭିଭାବକ ଏବଂ ଶିକ୍ଷକ ମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ