ଲଘୁଚାପ ପ୍ରବାହର ତାଣ୍ଡବ ଲୀଳା ଘର ଉପରେ ପଡିଲା ଗଛ ଅଳ୍ପକେ ବଞ୍ଚିଲେ ପରିବାର ଲୋକେ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ ପ୍ରଭାବରେ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତ ହେବା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଲକ୍ଷ କରାଯାଇଥିଲା । ଏ ନେଇ ସମଗ୍ର ଅଞ୍ଚଳରେ ନାହିଁ ନ ଥିବା କ୍ଷୟକ୍ଷତି ଘଟିଛି l ଟାଉନର ଗୁଳିମରା ପଦା ସାହି ବାସିନ୍ଦା ରଞ୍ଜିତା ପଟ୍ଟନାୟକଙ୍କ ଘର ଉପରେ ଏକ ବଡ ଗଛ ଉପୁଡି ପଡିବାରୁ ଘର ଭାଙ୍ଗିବା ସହ ଘରେ ଥିବା ବିଭିନ୍ନ ଆସବାବ ପତ୍ର ନଷ୍ଟ ହୋଇଯାଇଛି l ଖବର ପାଇ ବାଲିଗୁଡା ଦମକଳ ବାହିନୀ ଆସି ଘରୁ ଗଛ ବାହାର କରିଥିଲେ l ରାଜସ୍ବ ବିଭାଗ ଅତିଶୀଘ୍ର କ୍ଷୟ କ୍ଷତି ଆକଳନ କରି ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି l


