ଲଘୁଚାପ ପ୍ରଭାବରେ ଝିପ ଝିପ ବର୍ଷା, ଫାଙ୍କା ପଡିଲା ବିଦ୍ୟାଳୟ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଲଘୁଚାପ ଜନିତ ବର୍ଷା ଲାଗି ରହିବା ଫଳରେ ବନ୍ତ ବ୍ଲକର ସମସ୍ତ ବିଦ୍ୟାଳୟ ଗୁଡିକର ଶ୍ରେଣୀ ଗୃହ ଫାଙ୍କା ରହିିଛି । ଲଘୁଚାପ ଜନିତ୍ ବର୍ଷା କାରଣରୁ ବହୁ ବିଦ୍ୟାର୍ଥୀ ସ୍କୁଲକୁ ଆସିନଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଠାରୁ ସମସ୍ତ ବିଦ୍ୟାଳୟ ଗୁଡିକ ଖୋଲିଛି । ବିଦ୍ୟାର୍ଥୀ ମାନେ ଉତ୍ସାହର ସହିତ ସ୍କୁଲକୁ ଯିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଲଘୁଚାପ ବର୍ଷା ବାଧକ ସାଜିଛି । ସକାଳ ଠାରୁ ଏହି ବର୍ଷା ଲାଗି ରହିଛି । ବର୍ଷା ପ୍ରଭାବରେ ସ୍କୁଲରେ ବିଦ୍ୟାର୍ଥୀ ମାନଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଛି ।