ଲଘୁଚାପ ବର୍ଷାରେ କପାଳୀ ନଦୀରେ ବନ୍ୟା ଆଶଙ୍କା; ବଗଦା ଶାସନ ରାସ୍ତାରେ ଆଣ୍ଠୁଏ ପାଣି

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ, ଗଣିଜାଙ୍ଗ, ରାମକୃଷ୍ଣପୁର, ରାମପୁର ପଞ୍ଚାୟତ ଦେଇ ପ୍ରବାହିତ କପାଳୀ ନଦୀରେ ଲଘୁଚାପ ଜନିତ ବର୍ଷା ଫଳରେ ବନ୍ୟା ଆଶଙ୍କା ପ୍ରକାଶ ପାଇଛି । ଫଳରେ ନଦୀ କୂଳରେ ଅବସ୍ଥିତ ଛୟାଳସିଂ ଗ୍ରାମ୍ୟ ରାସ୍ତା, କନ୍ତିଆ ଗ୍ରାମ, ଇଛାପୁର, କାଶିପୁର, ତରଡିପାଳ, ରୁୁପୁଡି, ନାରାୟଣପୁର, ଭୋଗପୁର, ନାହୋ, ରାମକୃଷ୍ଣପୁର, ଗୋପାଳସାହି, ରାମପୁର ପଞ୍ଚାୟତର ଅଧିକାଂଶ ଗ୍ରାମର ଲୋକେ ଭୟଭୀତ ହୋଇପଡିଛନ୍ତି । ବନ୍ୟାଜଳରେ ବିଭିନ୍ନ ଗ୍ରାମ୍ୟ ରାସ୍ତା ବୁଡି ଯାଇଥିବା ଦେଖାଯାଇଛି । ଗଣିଜାଙ୍ଗ ପଞ୍ଚାୟତର ବଗଦା ଶାସନ ପକ୍କା ରାସ୍ତାରେ ଆଣ୍ଠୁଏ ପାଣି ହୋଇଯାଇଛି । ରାସ୍ତା ପାଶ୍ୱର୍ ଦେଇ ଯାଇଥିବା କପାଳୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଦ୍ୱାରା ଉପରୋକ୍ତ ଗ୍ରାମ୍ୟ ରାସ୍ତାରେ ଆଣ୍ଠୁଏ ପାଣି ହୋଇଯାଇଛି । ଗ୍ରାମ ଲୋକ ମାନଙ୍କର ଯିବା ଆସିବା ଏକ ପ୍ରକାର ଠପ୍ ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ କିଛି ଗ୍ରାମରେ କଚ୍ଚା ଘର ଭାଙ୍ଗି ଯାଇଛି । ଗଣିଜାଙ୍ଗର ଜଗବନ୍ଧୁ ଦାସଙ୍କ ଗୃହ ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ଜଣାଯାଇଛି । ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ