ଲଘୁଚାପ ବର୍ଷାରେ କେନ୍ଦ୍ରାପଡା ଜଳାର୍ଣ୍ଣବ
କେନ୍ଦ୍ରାପଡା – ଲଘୁଚାପ ବର୍ଷାରେ ସମଗ୍ର କେନ୍ଦ୍ରାପଡା ସହର ଜଳାର୍ଣ୍ଣବ ହୋଇଥିବା ଦେଖାଯାଇଛି । ସହର ତଳିଆ ବସ୍ତି ଅଂଚଳରେ ପାଣି ପଶିଯିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତ ଦୁଇଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁ ସହରର କନିଆଜୋର, ଦିଲାରପୁର, ଆମ୍ବାଡି ମୁସଲମାନ୍ ବସ୍ତି, ଇଦ୍ଗା ମହଲା, ମନକରପୁର, ଜଇପୁରା, ବଣିଆମାଳ, ତିନିମୁହାଣୀ, କଜଳା, ତହସିଲ୍ ଅଫିସ ନିକଟ ଅଚଂଳ, ତିନିମୁହାଣୀ ଫାଣ୍ଡି, ଗରାପୁର ନିକଟରେ ଥିବା ଜିଲ୍ଲାପାଳଙ୍କ ଆବାସିକ କାର୍ଯର୍୍ୟାଳୟ ପାଶ୍ୱର୍ ପ୍ରଭୃତି ଅଚଂଳ ବର୍ଷା ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି । ଏହିସବୁ ତଳିଆ ଅଂଚଳରେ ପାଣି ପଶିଯିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କନିଆଜୋର ଓ ଜଇପୁରା ଅଂଚଳର ଲୋକେ ଏକରକମ ଜଳବନ୍ଦୀ ଭିତରେ ରହିଛନ୍ତି । ପାଣିରେ ବୁଡି ରହିଥିବାରୁ ତହସିଲ କାର୍ଯ୍ୟାଳୟ, ତିନିମୁହାଣୀ ଫାଣ୍ଡି ଅଚଂଳରେ ଉଦବୃତ ବର୍ଷା ପାଣି ନିଷ୍କାସନ ପଥ ବନ୍ଦ ହୋଇଯିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି କୁହାଯାଉଥିବାବେଳେ ସହରରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି ବୋଲି ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି । କନିଆଜୋର ଓ ଜଇପୁରାରେ ଦୀର୍ଘ ଦିନ ଧରି ଡ୍ରେନ୍ ନିର୍ମାଣ ନହେବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି । ତଳିଆ ଅଂଚଳ ବୁଡି ରହିଥିବା ଉଦ୍ବୃତ ଜଳକୁ ପୈାରାଚଂଳ ପକ୍ଷରୁ ପାଣି ପମ୍ପସେଟ୍ ଭଡାରେ ଅଣାଯାଇ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉଥିବା ସହିତ ଅନେକ ସ୍ଥାନରେ ଅଗ୍ନିଶମ ବିଭାଗକୁ ଲଗାଯାଇ ଜଳ ନିଷ୍କାସିତ କରାଯାଉଛି । ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଦିଆଯାଇଛି ।