ଲଘୁଚାପ ବର୍ଷାରେ ନଷ୍ଟ ହୋଇଥିବା ରାସ୍ତାର ମରାମତି ପାଇଁ ବ୍ଲକ ପ୍ରଶାସନକୁ ଭେଟିଲା ପ୍ରତିନିଧି ଦଳ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଗତ ଲଘୁଚାପ ବର୍ଷା ଫଳରେ ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତ ଅଧିନ ଗଣ୍ଡଗରା-ମୁଗଗଢିଆ ରାସ୍ତାରେ ଘାଇ ସୃଷ୍ଟି ହୋଇ ମୁଗଗଢିଆ, କସଗଢିଆ ଓ ଗୋହିରାପଦୀ ଆଦି ୩ଟି ଗ୍ରାମ ଜଳମଗ୍ନ ହେବା ସହ ଶହ ଶହ ଏକର ଚାଷ ଜମିର ଧାନଗଛ ନଷ୍ଟ ହୋଇଥିଲା । ରାସ୍ତାରେ ପାଣି ସୁଅ ଚାଲିବା ଫଳରେ ବିଭିନ୍ନ ସ୍ଥାନରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଯାତାୟତ ପାଇଁ ଲୋକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ପାଇଁ ଆଜି କାନ୍ତିକାରୀ କୃଷକ ମହାସଂଘର ଆବାହକ ଭବେନ୍ଦ୍ର ସାହୁଙ୍କ ନେତୃତ୍ୱରେ ସମାଜସେବୀ ରାଜ କିଶୋର ପଣ୍ଡା, ଗୋପାଳ ପ୍ରଧାନ, ନିରଞ୍ଜନ ପ୍ରଧାନ, ଗୋପନାରାୟଣ ଓଝା, ମୁକ୍ତିକାନ୍ତ ଜେନା, ଶତୃଘ୍ନ ଓଝା ପ୍ରମୁଖ ବିଡିଓ ରେବେକା ବିଲୁଙ୍ଗଙ୍କୁ ସାକ୍ଷାତ କରି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ପୂର୍ବରୁ ଏହି ରାସ୍ତା ମରାମତି ପାଇଁ ଅମ୍ଫାନ୍ ପାଣ୍ଠିରୁ ୧ ଲକ୍ଷ ଓ ବିଧାୟକ ଉନ୍ନୟନ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଆସିଥିବା ବେଳେ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ଫଳରେ ଅତିରିକ୍ତ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଅର୍ଥକୁ ଉକ୍ତ ରାସ୍ତା ମରାମତି କାର୍ଯ୍ୟରେ ତୁରନ୍ତ ବିନିଯୋଗ କରାଯିବ ବୋଲି ବିଡିଓ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ