ଲଘୁଚାପ ବର୍ଷା ଜନିତ ସତର୍କତା କର୍ମଶାଳା

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ଲଘୁଚାପ ଜନିତ ବର୍ଷା ଜିଲ୍ଲାରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ବେଳେ ଏନେଇ ସମସ୍ତ ଅଧିକାରୀ ମାନଙ୍କୁ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟତାରେ ଏକ ସତର୍କତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ମତ୍ସ୍ୟଜିବୀ ମାନଙ୍କୁ ସମୁଦ କୁ ଯିବା ନିମନ୍ତେ ବାରଣ କରାଯାଇଛି ଏବଂ ହାଇଆଲର୍ଟ କରାଯାଇଛି । ବର୍ଷା ନେଇ ସମସ୍ତ ଅଧିକାରୀ ନିଜ ନିଜ ଅଂଚଳରେ ସଜାଗ ରହିବା ସହ ଲୋକମାନେ କିପରୀ ସୁରକ୍ଷିତ ରହିବେ ସେଥି ପ୍ରତି ଧ୍ୟାନ ଦେଉଛନ୍ତି । ଜିଲ୍ଲାର ସମସ୍ତ ଉପକୂଳବର୍ତ୍ତୀ ଅଂଚଳକୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ । ଦୀପାବଳୀ ଅବସରରେ ବ୍ରହ୍ମପୁର ଠାରେ ବାଣ ବ୍ୟବସାୟୀ ମାନେ ବାଣ ବିକ୍ରି କରିବା ନିମନ୍ତେ ବ୍ୟବହାର କରୁଥିବା ବାଣ ମାର୍କେଟର ଜାଗା ବଦଳାଇବା ନିମନ୍ତେ କୁହାଯାଇଥିଲା । କିନ୍ତୁ ସମୟର ସ୍ୱଳ୍ପତା ଦୃଷ୍ଟିରୁ ଚଳିତ ବର୍ଷ ପୁରୁଣା ଜାଗାରେ ବାଣ ବ୍ୟବସାୟୀ ମାନେ ବ୍ୟବସାୟ କରିବେ । ତେବେ ପୁଲିସ ଓ ଫାୟାର ବିଭାଗର ରିପୋର୍ଟ ଅନୁସାରେ ଏମାନଙ୍କୁ ବାଣ ବିକ୍ରି ନିମନ୍ତେ ଅନୁମତି ଦିଆଯିବ ବୋଲି ଜିଲ୍ଲପାଳ କହିଥିଲେ । ବାଣ ଫୁଟାଇବା ଫଳରେ ପ୍ରଦୂଷଣ ମାତ୍ରା ବଢିଥାଏ । ଏଣୁ ସବୁଜ ଦୀପାବଳୀ ପାଳନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ