ଲଘୁଚାପ ବର୍ଷା ପାଇଁ ଚାଷୀ ଚିନ୍ତାରେ

କୋଦଳା,(ଗୁଲସନ କୁମାର କର): କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ମଙ୍ଗଳବାର ଠାରୁ ଲଘୁଚାପ ଜନିତ ବର୍ଷା ହୋଇଛି ଯାହାଫଳରେ ସାଧାରଣ ଜୀବନଯାପନ ଅସ୍ତବ୍ୟସ୍ତ ହୋଇଛି | ମଧ୍ୟାନରେ ଘଡଘଡି, ବିଯୁଣି ସହ କଳାହାଣ୍ଡିଆ ମେଘ ଆସି ତୁହାକୁ ତୁହା ବର୍ଷା ହୋଇଛି | ପ୍ରବଳ ବର୍ଷା ସର୍ତ୍ତେ ଖରିଫ ଧାନ ଫସଲ ସମେତ ପନିପରିବା ଓ ଅର୍ଥକାରୀ ଫସଲ ନଷ୍ଟ ହୋଇଯାଇଛି | ଅନ୍ୟ ଚାଷ ବହୁ ମାତ୍ରାରେ କ୍ଷତି ହୋଇଛି ଏବଂ ପ୍ଲଟ ମଧ୍ୟରେ ଘର ହୋଇଥିବା ସ୍ଥାନରେ ଅତିପ୍ରବଳ ଜଳ ଥିବା ଦେଖାଦେଇଛି | ଦିନବେଳେ ଝିପିଝିପି ବର୍ଷା ହେବାରୁ ଘରୁ ବାହାରିବା କାଠିକର ହୋଇପଡୁଛି | ଏପଟେ କରୋନା ଭୟ ମନରୁ ନଲିଭୁଣୁ ଲଗାତାର ବର୍ଷା ଯୋଗୁଁ ଥଣ୍ଡା, କାଶ, ଜ୍ୱର ଲୋକଙ୍କ ଭିତରେ ଏକ ପ୍ରକାର ଭୟ ଘାରିଛି | ଏବଂ ପ୍ରାୟତଃ ରାତ୍ର ବେଳେ ବିଦ୍ୟୁତ ସରବାରହ ବାଧାପ୍ରାପ୍ତ ହୋଇଥିଲା | ବିଦ୍ୟୁତ କଟିଗଲେ ସହର ଏକ ପ୍ରକାର ଭୟ ଦେଖାଦେଇଛି | ଚାଷୀଙ୍କ ଖେତରେ ପାଣି ଜମି ରହିଥିବାରୁ ଚାଷୀମାନେ ଚିନ୍ତାରେ ଥିବା ଦେଖାଦେଇଛି | ଏହି ସମୟରେ ପ୍ରଶାସନ ବିଭିନ୍ନ ସ୍ଥାନକୁ ଯିବା ଚାଷୀଙ୍କୁ ଫସଲ ବିଷୟ ପଚାରିବା ଜରୁରୀ ଅଟେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ