ଲଙ୍କାପୋଡ଼ି ଯାତ୍ରାର ମୁଖ୍ୟ ଆକର୍ଷଣ ରାବଣ ବଧ ସମ୍ପନ୍ନ

ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍‍): ଲଙ୍କାପୋଡ଼ି ଯାତ୍ରାର ମଙ୍ଗଳବାର ଥିବା ମୁଖ୍ୟ ଆକର୍ଷଣ ରାବଣ ବଧ । ଲଙ୍କାପୁରରେ କୁମ୍ଭକର୍ଣ୍ଣର ନିଧନ ପରେ ରାବଣ ଶୋକରେ ଆତୁର ହୋଇପଡ଼େ । କ୍ରମାଗତ ଭାବେ ଅସୁର ବଳ ପରାସ୍ତ ହୋଇ ମୃତ୍ୟୁବଣ କରୁଥିବାରୁ ରାବଣ ମର୍ମାହତ ହୋଇ ପୁତ୍ର ଇନ୍ଦ୍ରଜିତଙ୍କୁ ନିଜର ଅଶାନ୍ତ ବ୍ୟକ୍ତି କଲାପରେ ମେଘନାଦ ନିକୁମ୍ଭିଲା ବୃକ୍ଷମୂଳେ ଯଜ୍ଞ ଆରଧନା କରି ଦିବ୍ୟାସ୍ତ୍ର ଧାରଣ କରି ଯୁଦ୍ଧକୁ ଯିବାକୁ ନିଷ୍ପତ୍ତି ନିଏ । ଗୁପ୍ତଚରଣଙ୍କଦ୍ୱାରା ଏହି ସମ୍ବାଦ ପାଇବାପରେ ବିଭୀଷଣ ଯଜ୍ଞ ଭଗ୍ନ କରିବାକୁ ପରାମର୍ଶ ଦେବାପରେ ଲକ୍ଷ୍ମଣ, ହନୁମାନ ଯଜ୍ଞସ୍ଥାନରେ ପ୍ରବେଶ କରି ଯଜ୍ଞ ଭଗ୍ନ କରିଥିଲେ । ଲକ୍ଷ୍ମଣ ଓ ଇନ୍ଦ୍ରଜିତଙ୍କ ମଧ୍ୟରେ ଭୟଙ୍କର ଲଢ଼େଇରେ ଇନ୍ଦ୍ରଜିତ୍ ମୃତ୍ୟୁବରଣ କରନ୍ତି । ଏହି ପୌରାଣିକ କଥାବସ୍ତୁକୁ ନେଇ ଅନୁଷ୍ଠିତ ହୋଇଥିଲା ରାବଣ ବଧ । ଉଲ୍ଲେଖଯୋଗ୍ୟ ଯେ, ୩୫ଫୁଟ୍ ଉଚ୍ଚର କାଷ୍ଠ ରାବଣ ଧୀରେ ଧୀରେ ପଛକୁ ଘୁଞ୍ଚେ । ଶେଷରେ ପଟୁଆରରେ ଆସି ଲକ୍ଷ୍ମୀବଜାର ସ୍ଥିତ ଲଙ୍କା ଗଡ଼ ମଞ୍ଚ ପାଖରେ ପହଞ୍ଚିବାପରେ ସେଠାରେ ରାମଚନ୍ଦ୍ର ବ୍ରହ୍ମାସ୍ତ୍ର ପ୍ରୟୋଗ କରି ରାବଣକୁ ଦଗ୍ଧିଭୂତ କରିଥିଲେ । ପରେ ଆତସବାଜି ପ୍ରଦର୍ଶନ ହୋଇଥିଲା । ଏହାପରେ ବିଧି ଅନୁଯାୟୀ ବିଭୀଷଣଙ୍କ ରାଜ୍ୟାଭିଷେକ ଓ ସୀତାଙ୍କ ଅଗ୍ନିପରୀକ୍ଷା ପରେ ପୁଷ୍ପକ ବିମାନରେ ଶ୍ରୀରାମ, ଲକ୍ଷ୍ମଣ, ସୀତା ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବାର ଦୃଶ୍ୟ ଥିଲା ଅତୀବ ଆକର୍ଷଣ । ହଜାର ହଜାର ଦର୍ଶକଙ୍କ ମଧ୍ୟରେ ପୁଷ୍ପକ ଯାନର ଗମନ ଏକ ବିରଳ ଦୃଶ୍ୟ । ରାମଚନ୍ଦ୍ର ଯୁଦ୍ଧକ୍ଷେତ୍ର ଦେଖାଇବା ଓ ଶେଷରେ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ବିଶ୍ରାମ କରିଥିଲେ । ମଙ୍ଗଳବାର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସାରା ରାତି ଏ ସମସ୍ତ ଦୃଶ୍ୟକୁ ମନଭରି ଉପଭୋଗ କରିଥିଲେ । ଏଥିସହ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ