ଲଙ୍ଗଳେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ

ବୁଗୁଡା,(ଅନିଲ କୁମାର ମହାରଣା):, ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକର ଗୌଡିଆବୋରଦା ଗ୍ରାମରେ ଜାନୁଆରୀ ୨୫ ତାରିଖ ଦିନ ଆରମ୍ଭ ହୋଇଥିବା ଲଙ୍ଗଳେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦ୍ଵାରା ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ସରପଞ୍ଚ ବାବୁଳି ବେହେରା, ସମିତି ସଭ୍ୟ ଟୁନା ନାୟକ ପ୍ରମୁଖ ଯୋଗଦେଇଥିଲେ। ଲଙ୍ଗଳେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ବେଠିଆ ବୋରଦା ଟିମ୍ ଓ ଗାନ୍ଧୀ ଗ୍ରାମ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇ ଥିବା ବେଳେ ବେଠିଆ ବୋରଦା ଟିମ୍ ବିଜୟୀ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ