ଲଛିପୁରରେ ଅଗ୍ନିକାଣ୍ଡ ଘଟି ପାଞ୍ଚଟି ପରିବାରର ଘର ପୋଡି ପାଉଁଶ

ପୋଲସରା(ଅନିଲ କୁମାର ମହାରଣା ପୋଲସରା ବ୍ଲକ ଅନ୍ତର୍ଗତ ଲଛିପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ପାଞ୍ଚଟି ପରିବାରର ଘର ପୋଡିଯାଇଥିବା ଜଣାପଡିଛି। ରାତ୍ର ପ୍ରାୟ ଦୁଇ ଘଣ୍ଟା ସମୟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚ ପାଣୁ ନାହାକ ଖବର ଦେବାପରେ ପୋଲସରା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏହି ଅଗ୍ନିକାଣ୍ଡ ଯୋଗୁଁ ଦେବରାଜ ନାହାକ,କେଦାର ନାହାକ, ରାମନାଥ ନାହାକ,ରାଜେନ୍ଦ୍ର ନାହାକ ଓ ବିଜୟ ନାହାକ ପାଞ୍ଚ ପରିବାରର ଘର ପୋଡି ପାଉଁଶ ହୋଇଯାଇଛି।ଖବର ପାଇ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତଙ୍କୁ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ତାହାସିଲଦରଙ୍କୁ ଫୋନକରି ଜଣାଇ ଥିଲେ। ବିଧାୟକଙ୍କ ସହ ସରପଞ୍ଚ, ସମିତି ସଭ୍ୟ ଟୁକୁନା ସାହୁ ମଧ୍ୟ ଉପସ୍ଥିତ ଥିଲେ। ତାହାସିଲଦର ଓ ରାଜସ୍ୱ ନିରୀକ୍ଷକ ତାଲିମ ପାଇଁ ଛତ୍ରପୁର ଚାଲିଯାଇଥିବା ଯୋଗୁଁ ଆଜି କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ