ଲଜ୍‌ରୁ ୩ ଯୁବତୀ ଉଦ୍ଧାର

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌): ବେଲଗୁଣ୍ଠା ମେନ୍‌ରୋଡ୍ ନିକଟରେ ଅବସ୍ଥିତଥିବା ଏକ ଘରୋଇ ଲଜରେ ବ୍ରହ୍ମପୁର ଟାଉନଥାନା ପୋଲିସ ଓ ବେଲଗୁଣ୍ଠା ପୋଲିସ ମିଳିତ ଚଢାଉ କରି ୩ ଜଣ ଯୁବତୀଙ୍କୁ ଉଦ୍ଧାର କରଛି । ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁର ଟାଉନଥାନା ଅନ୍ତର୍ଗତ ରଘୁନାଥ ମନ୍ଦିର ନିକଟରେ ରହୁଥିବା ୧୬ ବର୍ଷିୟ ନାବାଳିକା କୈାଣସି ଘଟଣାକୁ କେନ୍ଦ୍ର କରି ରାଗି ଯାଇ ଘର ଛାଡି ପଳାଇଆସିଥିଲେ । ପରିବାରଲୋକେ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ନାବାଳିକା ମାନଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ପକ୍ଷରୁ ଧରପଗଡ ଆରମ୍ଭ ହୋଇଥିଲା । କିନ୍ତୁ ଯୁବତୀ ମାନେ ବିଭିନ୍ନ ସ୍ଥାନ ବଦଳାଇଥିବାରୁ ଯୁବତୀଙ୍କ ମୋବାଇଲ ନମ୍ବର ଟ୍ରାକିଂ କରି ବେଲଗୁଣ୍ଠା ଏକ ଲଜରେ ଥିବାର ଜାଣିବାକୁ ପାଇଥିଲେ । ଏହା ପରେ ବ୍ରହ୍ମପୁର ପୋଲିସ ବେଲଗୁଣ୍ଠା ପୋଲିସକୁ ଖବର ଦେଇଥିଲେ ଏହା ପରେ ବେଲଗୁଣ୍ଠା ପୋଲିସ ତରଫରୁ ଲଜ୍‌ରେ ଚଢାଉ କରାଯାଇ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ଟାଉନଥାନା ଅଧିକାରୀ ଏସ୍ ତ୍ରିପାଠୀ ପ୍ରକାଶ କରିଛନ୍ତି । ଉଦ୍ଧାର ହୋଇଥିବା ଯୁବତୀ ସମସ୍ତ ନାବାଳିକା ହୋଇଥିବାରୁ ମାଜିଷ୍ଟ୍ରେଟ୍ ନିକଟରେ ୧୬୪ ରେ ବୟାନ ରେକର୍ଡ କରିବା ସହ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି । ଏଥିସହ ଲଜ୍ ମାଲିକ ବିନା ରେଜିଷ୍ଟାରରେ ଉଲ୍ଲେଖ ନକରି ନାବାଳିକ ମାନଙ୍କୁ ପ୍ରଶୟ ଦେଇଥିବାରୁ ଲଜ୍ ମାଲିକ୍ ଙ୍କୁ ଅଟକ ରଖି ତଦନ୍ତ ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ