ଲଣ୍ଡା ହେବାକୁ ରାଇମୋହନ ନେଇଥିଲେ ୫୦,୦୦୦ଟଙ୍କା !
ଓଲିଉଡର ଅନ୍ୟତମ ଲୋକପ୍ରିୟ ଖଳନାୟକ ହେଉଛନ୍ତି ରାଇମୋହନ ପରିଡ଼ା । ପରଦାରେ ତାଙ୍କର ଦମ୍ଦାର ଅଭିନୟ ଲୋକମାନଙ୍କୁ ଭୟଭୀତ କରିଦିଏ । ଅଭିନୟ କରିବାରେ ଓ ସଂଳାପ କହିବାରେ ତାଙ୍କର ନିଜସ୍ୱ ଷ୍ଟାଇଲ୍ ରହିଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି । ତେବେ ଅଭିନୟ ସହିତ ସେ ନିଜ ଲୁକକୁ ମଧ୍ୟ ଗୁରୁତ୍ୱ ଦିଅନ୍ତି । କୁହାଯାଏ, ଲୁକକୁ ନେଇ ରାଇମୋହନ କେବେ ବୁଝାମଣା କରନ୍ତି ନାହିଁ । ତେବେ ଲମ୍ବା କେଶ ରଖିବାକୁ ଭଲ ପାଉଥିବା ରାଇମୋହନଙ୍କୁ ଗୋଟିଏ ଫିଲ୍ମ ପାଇଁ ଲଣ୍ଡା ହେବାକୁ କୁହାଯାଇଥିଲା । ଫଳରେ ସେ ଅକଳରେ ପଡ଼ିଯାଇଥିଲେ । ସେ ଫିଲ୍ମଟି ହେଉଛି “ଜୟ ଶ୍ରୀରାମ’ । ଏହା ୧୯୯୯ ମସିହାରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମ ପାଇଁ ରାଇଙ୍କୁ ଲଣ୍ଡା ହେବାକୁ ନିର୍ଦ୍ଦେଶକ କହିଥିଲେ । ସେ ପ୍ରଥମେ ଏ ପ୍ରସ୍ତାବରେ ରାଜି ହୋଇ ନଥିଲେ । କିନ୍ତୁ ଚରିତ୍ରର ଡିମାଣ୍ଡ ଅନୁଯାୟୀ, ତାଙ୍କୁ ଲଣ୍ଡା ହେବାକୁ ପଡ଼ିଲା । ତେବେ ଏଥିପାଇଁ ସେ ୫୦,୦୦୦ଟଙ୍କା ନେଇଥିଲେ । ନିକଟରେ ଓଟିଭିର “ଗପସପ’ କାର୍ଯ୍ୟକ୍ରମରେ ଯୋଗଦେଇ ରାଇମାହନ ଏକଥା କହିଥିଲେ । ସେହିଭଳି ଲମ୍ବା କେଶ ରଖିବାର ଗୁମର ବି ସେ ଏହି କାର୍ଯ୍ୟକ୍ରମରେ ଖୋଲିଥିଲେ । ରାଇ କହିଥିଲେ ଯେ ଯେତେବେଳେ ସେ ଚୁଟିକୁ ଛାଟି ଡାଏଲଗ୍ କହନ୍ତି, ସେତେବେଳେ ତାଙ୍କ ଲୁକ୍ ଭୟଙ୍କର ହୋଇଯାଏ । ତେଣୁ ସେ ଲମ୍ବା ଚୁଟି ରଖନ୍ତି ।


