ଲତା ମଙ୍ଗେସକର ଥିଲେ ସଂଗୀତ ଜଗତର ଧ୍ରୁବତାରା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭାରତରତ୍ନ, ସଂଗୀତ ଜଗତର ମହାନ ଧ୍ରୁବତାରା ଲତା ମଙ୍ଗେସକରଙ୍କ ବିୟୋଗ ସାରା ଭାରତକୁ ଗଭୀର ଦୁଃଖ ପ୍ରଦାନ କରିଛି । ଏହି ମହାନ ଗାୟିକା ପ୍ରାୟ ୩୬ଟି ଭାଷାରେ ସଂଗୀତ ଗାନ କରି ସାରା ବିଶ୍ୱରେ ଚହଳ ସୃଷ୍ଟି କରି ପାରିଥିଲେ । ତାଙ୍କ ସଂଗୀତ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ସହିତ ଭାରତର କଳା, ସଂସ୍କୃତି, ଐତିହ୍ୟ ପରମ୍ପରାକୁ ସାରା ବିଶ୍ୱରେ ପରିଚିତ କରାଇ ପାରିଥିଲେ । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ସ୍ମୃତିଚାରଣ ପୂର୍ବକ ମତ ବ୍ୟକ୍ତ କରିଥିଲେ ଯେ, କଳା ପାଇଁ, ସଂଗୀତ ପାଇଁ ସେ ଚିର ଅମର ରହିବେ । ତାଙ୍କ ସାରସ୍ୱତ ପ୍ରତିଭା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ । ତାଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ।