ଲଦାଖ ଶହୀଦଙ୍କ ପାଇଁ ଭଞ୍ଜସେନା ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଭାରତ ସିମାନ୍ତ ଲାଦାଖ ଗଲୱାନ ଭେଲିରେ ମଙ୍ଗଳବାର ରାତିରେ ଡ୍ରାଗନ୍ ସୈନିକଙ୍କ ବର୍ବୋରଚିତ ଆକ୍ରମଣରେ ଭାରତମାତା ର ସୁଯୋଗ୍ୟ ୨୦ବୀର ସୈନିକ ମୃତ୍ୟୁ ବରଣ କରିଥିବାବେଳେ କେତେଜଣ ଗୁରୁତର ଆହତ ହୋଇଛନ୍ତି । ସେହି ୨୦ ଜଣ ମଧ୍ୟରୁ ଉତ୍କଳ ମାତାର ଦୁଇଜଣ ସୁଯୋଗ୍ୟ ବୀର ସନ୍ତାନ ଶହୀଦ ହୋଇଛନ୍ତି । ସେଥିମଧ୍ୟରୁ ମୟୂରଭଂଜ ଜିଲ୍ଲାର ବାମନଘିଟଟୀ ଉପଖଣ୍ଡର ବିଜାତଳା ବ୍ଲକର ଚମ୍ପାଉଦା ଗ୍ରାମର ୪୨ବର୍ଷୀୟ ନନ୍ଦୁରାମ ସୋରେନ୍ ଶହୀଦ ହୋଇଛନ୍ତି । ସେହି ମହାନ୍ ଆତ୍ମାଙ୍କର ଉଦେଶ୍ୟରେ ତାଙ୍କର ଅମର ଆତ୍ମାର ଶାନ୍ତି ନିମନ୍ତେ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସରକାରୀ ସାମାଜିକ ଓ ବୈପ୍ଲବିକ ଯୁବଛାତ୍ର ସଂଗଠନ ଭଂଜସେନା, ରାଇରଙ୍ଗପୁର ଶାଖା ଆନୁକୁଲ୍ୟରେ ରାଇରଙ୍ଗପୁର ସହରରେ ବୁଧବାର ସଂଧ୍ୟାରେ ଏକକେଣ୍ଡେଲଶୋଭାଯାତ୍ରା ସ୍ଥାନୀୟ ହର ପାର୍ବତୀ ମଣ୍ଡପ ଠାରୁ ଆରମ୍ଭ କରି ବିଜୁପଟନାୟକଙ୍କ ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ସେଠାରେ ନନ୍ଦୁରାମଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦକ ଅଂଜନ ବରାଳ(ରାଜା),ବାମନଘାଟି ଉପଖଣ୍ଡ ସଭାପତି ସୌମିତ ବଳ(ଦୀପୁ) ,ଯୁବ ସମାଜସେବୀ ଟନି ପଣ୍ଡା,ବିଜୁ ଜେନା, ବିକାଶ ମୋଦିଂକ,ବଣ୍ଟି,ଶ୍ରୀତମ ମହାନ୍ତି, ରାଇରଙ୍ଗପୁର ନଗର ସଭାପତି-ଝଣ୍ଟୁ ବେରା,ଅମର ପ୍ରଧାନ, ଆହ୍ବାନ ପଟ୍ଟନାୟକ,ମୋହିତ ବିଶୋଇ, ବାବୁ ଜ୍ୟୋତିଷ ଏବଂ ବହୁ ସଦସ୍ୟ ସାମିଲ ହୋଇଥିଲେ ।


