ଲଭଲି କିନର ସଙ୍ଘ ପକ୍ଷରୁ ମହାପୁରୁଷ ଗାନ୍ଧିଜୀଙ୍କ ଜନ୍ମ ଜୟନ୍ତୀ ପାଳନ
ବ୍ରହ୍ମପୁର,(ଅନିଲ କୁମାର): ବ୍ରହ୍ମପୁର ସ୍ଥିତ ଲଭଲି କିନର ସଙ୍ଘ ପକ୍ଷରୁ ମହାପୁରୁଷ ଗାନ୍ଧିଜୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା | ଏହି ଅବସରରେ କିନର ମାନଙ୍କ ଉପସ୍ଥିତିରେ ଗାନ୍ଧିଜୀଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ରଘୁପତି ରାଘବ ରାଜା ରାମ ଗାନ କରି ଭାରତ ମାତାକି ଜୟ ସ୍ଲୋଗାନ ନାରା ଦେଇଥିଲେ | ଏହା ସହ ନିୟମାନୁସାରେ ନିଜ ମଧ୍ୟରେ ସାମାଜିକ ଦୂରତା ରଖି,ମାସ୍କ ପିନ୍ଧି, ଏହି ଦିବସକୁ ପାଳନ କରିଥିଲେ | ଏହି ଅବସରରେ ଲଭଲି କିନର ସଙ୍ଘ ପକ୍ଷରୁ ବାବୁଲା , ଲଭଲି, ପ୍ରୀତି, ବିନ୍ଦିଆ, ରଂଜିତା, ପ୍ରେମା, ରୁବିନା,ପ୍ରୀତି, ଶୁଭାଙ୍ଗୀ, କିଉଟି,ଅଳକା ,ସାଗରିକା ଆଦି ଯୋଗଦେଇଥିଲେ |


