ଲଭ,ସେକ୍ସ ଓ ଧୋକା, ଗିରଫ ହେଲା ଚାରସୋବିସ

ଭୁବନେଶ୍ୱର: ରାଜ୍ୟରେ ଗୋଟେ ପରେ ଗୋଟେ ଅପରାଧ କରିବାକୁ ଅପରାଧୀମାନେ ନୂଆ ନୂଆ ଅଭିନବ ପନ୍ଥା ବାଛୁଥିବାର ଦେଖିବାକୁ ମିଳୁଛନ୍ତି | ତେବେ ଆଜି ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ପିଲ୍ମ ଷ୍ଟୋରୀକୁ ବି କାଟି ଦେବ | ଜଣେ ମାଷ୍ଟର ମାଇଣ୍ଡ ପ୍ରେମିକ ବଡ ଲୋକିଆ ଝିଅଙ୍କୁ ପ୍ରେମ ଜାଲରେ ଫଶାଇ ତାଙ୍କ ସହ ସେକ୍ସ କରିବା ପରେ ସମସ୍ତ ଜିନିଷ ଲୁଟ କରିଥିବାର ଖବର ପଦାକୁ ଆସିଛି | ଏହି ଘଟଣା ଫର୍ଦ୍ଦାଫାଶ ହେବା ପରେ ପୁଲିସ ଅବିଯୁକ୍ତ ପ୍ରେମିକକୁ ଗିରଫ କରିଥିବାର ସୂଚନା ମିଳୁଛି | ଏପରି ଅବାବନୀୟ ଘଟଣା ଘଟାଇଥିବା ପ୍ରମିକ ଜଣଙ୍କ ଘର ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ । ତେବେ ସେ ଏମିତି କେତେବର୍ଷ ହେଲା କରୁଥିବା ବେଳେ ଅନେକ ଯୁବତା ମହିଲାଙ୍କ ଜୀବନ ଖରାପ କରିଥିବାର ଜଣା ପଡିଛି | ତେବେ ଏହି ଘୃଣ୍ୟ କାଣ୍ଡ କରିବାପରେ କିନ୍ତୁ କମିଶନରେଟ ପୁଲିସ ଏହି ପ୍ରେମିକକୁ ଗିରଫ କରିଥିବାର ଜଣା ପଡିଛି | ଅଭିଯୁକ୍ତ ପ୍ରେମିକ ଜଣଙ୍କ ହେଲା ପ୍ରିୟରଞ୍ଜନ ନାୟକ | ସୂଚନାନୁଯାୟୀ, ଅଭିଯୁକ୍ତ ନିଜକୁ କେତେବେଳେ ଡାକ୍ତର ତ ଆଉ କେତେବେଳେ ଓଏଏସ୍‌ ଅଫିସର ଓ ସରକାରୀ କର୍ମଚାରୀ କହି ଧନୀ ଘରର ଝିଅ ଏବଂ ମହିଳାଙ୍କୁ ଫସାଉଥିଲା । ପରେ ସେମାନଙ୍କୁ ନିଜ ପ୍ରେମ ଜାଲରେ ଫଶାଇ ଶାରୀରିକ ସମ୍ପର୍କ ରଖି ସେମାନଙ୍କ ଟଙ୍କାରେ ଅୟସ୍ କରୁଥିଲା । ଏନେଇ ଜଣାପଡ଼ିବା ପରେ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତା । ତିନିଜଣ ମହିଳା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି । ଉଲ୍ଲେଖନୀୟ, ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ପାଖକୁ ଏକାଧିକ ଝିଅଙ୍କ ଫୋନ୍‌ କଲ ଆସୁଥିଲା। ଦିନେ ସେ ଜଣେ ପ୍ରେମିକାଙ୍କ ଘରେ ଫୋନ୍‌ ଛାଡ଼ି ବାହାରକୁ ଯାଇଥିବା ବେଳେ ଅନ୍ୟ ଜଣେ ପ୍ରେମିକା ଫୋନ୍‌ କରିଥିଲେ । ଏହି ସମୟରେ ସମ୍ପୃକ୍ତ ପ୍ରେମିକା ତାଙ୍କ ସହ କଥା ହୋଇଥିଲେ ଏବଂ କିଭଳି ପ୍ରେମିକ ବାବୁ ତାଙ୍କୁ ଧୋକା ଦେଇଥିଲା, ସେକଥା ଫୋନରେ ଜଣାଇଥିଲେ। ଯାହା ଧୋକାବାଜ୍ ପ୍ରେମିକର ପୁରା ଚାଲକୁ ପଦାରେ ପକାଇ ଦେଇଥିଲା । ସେପଟେ ଅଭିଯୋଗକୁ ପ୍ରେମିକ ପ୍ରିୟ ରଂଜନ ଖଣ୍ଡନ କରିଛନ୍ତି । ତାଙ୍କୁ ଫସାଇ ଦିଆଯାଇଥିବା ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ