ଲଭ୍‌ ଚର୍ଚ୍ଚ

ଆଉ ୫ ଦିନ ପରେ ସାରା ବିଶ୍ବରେ ପାଳନ ହେବ ଖ୍ରୀଷ୍ଟମାସ ବା ବଡ଼ଦିନ। ଏହିଦିନ ଈଶ୍ବରଙ୍କ ପୁତ୍ର ଯୀଶୁ ମାତା ମେରୀଙ୍କ କୋଳ ମଣ୍ଡନ କରିଥିଲେ। ଏଥିପାଇଁ ସାରା ବିଶ୍ବରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଜୋର୍‌ସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ସମୟରେ ବେଲଜିୟମର ‘ଦ ଚର୍ଚ୍ଚ ଅଫ୍‌ ଲଭ୍‌’ କିନ୍ତୁ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଥାଏ। ବେଲଜିୟମର ଟୁମୋରୋଲାଣ୍ଡରେ ରହିଛି ‘ଦ ଚର୍ଚ୍ଚ ଅଫ୍‌ ଲଭ୍‌’। ବିଶ୍ୱରେ ଏହାର ରହିଛି ଏକ ସ୍ବତନ୍ତ୍ର ପରିଚୟ। ବିଶେଷ କରି ଖ୍ରୀଷ୍ଟମାସ ଅବସରରେ ଏଠାରେ ଲାଗେ ଦମ୍ପତିଙ୍କର ଭିଡ଼। ଏଠି ଦମ୍ପତିଙ୍କୁ ମିଳେ ଅନେକ ସୁବିଧା ସୁଯୋଗ। ସେଥିପାଇଁ ବିଭିନ୍ନ ଦେଶରୁ ଏଠାକୁ ଏମାନଙ୍କର ଲାଗେ ଲମ୍ବାଧାଡି। ‘ଦ ଚର୍ଚ୍ଚ ଅଫ୍‌ ଲଭ୍‌’ରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରାଯାଏ। ଏହାସହ ଏମାନଙ୍କୁ ଏକାଠି ସମୟ କାଟିବାକୁ ମଧ୍ୟ ସୁଯୋଗ ମିଳିଥାଏ। ଏହି ଚର୍ଚ୍ଚରେ ଥିବା ନନ୍‌ ଏଥିପାଇଁ ସବୁ ସୁବିଧା କରାଇଥାଆନ୍ତି। ଏମିତିକି ନନ୍‌ଙ୍କ ଉପସ୍ଥିତିରେ ଏଠାରେ ଦମ୍ପତିମାନେ ଶାରୀରିକ ସମ୍ପର୍କ ରଖିବାକୁ ଅନୁମତି ମିଳିଥାଏ। କେବଳ ସେତିକି ନୁହେଁ। ଏହି ସମ୍ପର୍କ ପାଇଁ ସେମାନଙ୍କୁ ମାତ୍ର ୧୦ ମିନିଟ୍‌ ସମୟ ଦିଆଯାଉଥିବା ବେଳେ ସୁରକ୍ଷିତ ସମ୍ପର୍କ ରଖିବାର ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ଆକର୍ଷଣୀୟ ପିଙ୍କ୍‌ କଲରରେ ସଜାଯାଇଥିବା ଏହି ଚର୍ଚ୍ଚରେ ଦମ୍ପତିଙ୍କ ମଧ୍ୟରେ ଆୟୋଜିତ ହୋଇଥାଏ କିସିଂ ଫାଇଟ୍‌। ଏହାସହ ମ୍ୟୁଜିକାଲ ନାଇଟ୍‌ର ମଧ୍ୟ ଆୟୋଜନ କରାଯାଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ