ଲଭ୍, ସେକ୍ସ, ଧୋକ୍କା : ନ୍ୟାୟ ପ୍ରଦାନ ନିମନ୍ତେ ଗୁଜୁରାତରୁ ଓଡିଶା ଆସିଲା ପ୍ରେମିକା ; ଅତିରିକ୍ତ ଏସପିଙ୍କୁ ଗୁହାରି କଲା ଅଣଓଡିଆ ଯୁବତୀ
ଛତ୍ରପୁର, (ଦେବଦତ୍ତ ମହାରଣା): ଲଭ୍, ସେକ୍ସ ଓ ଧୋକ୍କା । ବିବାହର ପ୍ରତିଶୃତି ଦେଇ ଗୁଜୁରାତ ସୁରତର ଜଣେ ଝିଅଙ୍କ ସହ ପ୍ରଥମେ ପ୍ରେମ, ସେକ୍ସ ଓ ପରେ ଧୋକ୍କା ଦେଇ ଚମ୍ପଟ ମାରି ପଳିଆସିଛି ଓଡିଶାର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ବଡଆଗୁଳ ର ଜଣେ ପ୍ରେମିକ । ଆଉ ପ୍ରେମିକର ଅନ୍ୟତ୍ର ବାହାଘର ହେଉଥିବା ସୂଚନା ପାଇ ପ୍ରେମିକା ଜଣକ ସୂଦୂର ସୁରତରୁ ଆସି ପ୍ରେମିକଙ୍କ ଗ୍ରାମରେ ପହଂଚି ନ୍ୟାୟ ନିମନ୍ତେ ଗତ ଜୁଲାଇ ୧୭ ତାରିଖ ଦିନ କବିସୂର୍ଯ୍ୟନଗର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ଉଚିତ୍ ନ୍ୟାୟ ମିଳିନଥିବାରୁ ଶନିବାର ଗୁଜୁରାତ ରାଜ୍ୟ ସୁରତ ନିକଟ ଅମୋରୋଲି ଥାନା ଅଂଚଳର ଅଣଓଡିଆ ଯୁବତୀ ଜଣକ (ପ୍ରେମିକା)ମମତା ବେନ୍ ଗଞ୍ଜାମ ପୋଲିସ ଜିଲ୍ଲାର ଉଚ୍ଚ ପଦସ୍ଥଅଧିକାରୀଙ୍କୁ ଭେଟି ଗୁହାରୀ ଜଣାଇଛନ୍ତି । ଅଣ ଓଡିଆ ଯୁବତୀ ମମତା ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ରଙ୍କୁ ଭେଟି ସହ ତାଙ୍କ ସହ ଘଟିଥିବା ବିଭିନ୍ନ ଘଟଣା ବିଷୟରେ କହିବା ସହ ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି । ଅନ୍ୟ ପଟେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଉଚିିିତ୍ ପଦକ୍ଷେପ ନିଆଯିବ ବୋଲି ଅଣ ଓଡିଆ ଯୁବତୀଙ୍କୁ ଅତିରିକ୍ତ ଏସପି ଶ୍ରୀ ପାତ୍ର ଆଶ୍ୱାସନା ଦେଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡଆଗୁଳା ଗ୍ରାମର ଅରେନ୍ଦ୍ର କରଣ ଗୁଜୁରାତ ସୁରତର ମମତା ବେନ୍ଙ୍କ ସହିତ ସେଠାରେ ପାଂଚ ବର୍ଷ ଧରି ବିବାହ ପ୍ରତିଶୃତି ଦେଇ ସମ୍ପର୍କ ବାନ୍ଧି ତାଙ୍କ ସହ ଶାରିରୀକ ସମ୍ପର୍କ ରଖି ଶେଷରେ ତାଙ୍କୁ ଛାଡି ଲୁଚି ପଳାଇଆସିଥିଲେ । ତେବେ ଅରେନ୍ଦ୍ର ନିଜ ଗ୍ରାମରେ ଅନ୍ୟତ୍ର ବିବାହ ପାଇଁ ଯୋଜନା ଚଲାଇଥିବା ସୂଚନା ପାଇ ପ୍ରେମିକା ମମତା ବେନ୍ ଗୁଜୁରାତରୁ ଆସି ନ୍ୟାୟ ପାଇଁ କବିସୂର୍ଯ୍ୟନଗର ଥାନାର ଦ୍ୱାରସ୍ଥ ହେବା ସହ ପ୍ରେମିକଙ୍କ ବିରୁଦ୍ଧରେ ଗତ ଜୁଲାଇ ୧୭ ତାରିଖରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଜର୍ଜଙ୍କ ସାମ୍ନାରେ ବୟାନ ରେକର୍ଡ କରିବା ପରେ ଡାକ୍ତରି ମାଇନା କରି ବ୍ରହ୍ମପୁର ସ୍ଥିତ ମହିଳା ସୁଧାର ଗୃହରେ ଛାଡିଥିଲେ । ତେବେ ପ୍ରେମିକ ବିରୁଦ୍ଧରେ ଅଭିଯୋଗ କରିଥିବା ଅଣଓଡିଆ ଯୁବତୀ (ପ୍ରେମିକା ) ମମତା ନ୍ୟାୟ ପାଇଁ ଅପେକ୍ଷାରେ ରହିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କବିସୂର୍ଯ୍ୟନଗର ପୋଲିସ୍ ପ୍ରେମିକକୁ ଗିରଫ୍ କରିବାରେ ସଫଳ ହୋଇପାରିନାହିଁ ବୋଲି କହିଥିଲେ । ପ୍ରେମିକା ମମତା ଅନ୍ୟ ରାଜ୍ୟର ହୋଇଥିବାରୁ ଏବଂ ତାଙ୍କ ସହ କେହି ନଥିବାରୁ ତାଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେବା ସହ ଜୀବରେ ମାରିଦେବା ପାଇଁ ଚେତାବନୀ ଦିଆଯାଉଥିବା ସୂଚନା ମିଳିଛି । ଯଦି ପ୍ରେମିକଙ୍କୁ ଗିରଫ୍ କରି ତାଙ୍କ ସହ ରେଜଷ୍ଟ୍ରି ମ୍ୟାରେଜ ନ କରାନ୍ତି ପ୍ରେମିକା ଜଣକ ପ୍ରେମିକଙ୍କ ଘର ଆଗରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।


