ଲଭ୍, ସେକ୍ସ ଓ ଧୋକା.. : ଖେଳ ଶେଷ ପରେ ଛାଡିଦେଲେ, ଦିଅର ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପ୍ରଥମେ ପ୍ରେମ ପରେ ଶାରୀରିକ ସର୍ମ୍ପକ ସବୁକିଛି ଶେଷ ହୋଇଯିବା ପରେ ଧୋକା । ଏହା କୌଣସି ଫିଲ୍ମ କିମ୍ବା କାହାଣୀ ନୁହେଁ । ୫ ବର୍ଷର ଝିଅ ଓ ସ୍ୱାମୀଙ୍କୁ ପର କରି ପ୍ରେମିକ ସହ ଫେରାର ହେବା ପଡିଛି ମହିଳାଙ୍କୁ ମହଙ୍ଗା । ଫେରାର ହେବାର ୨ବର୍ଷ ପରେ ପ୍ରେମିକାଙ୍କୁ ଛାଡି ଫେରାର ହୋଇଗଲା ପ୍ରେମିକ । ଏଭଳି ଘଟଣା ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ପୌରାଞ୍ଚଳ ତଥା ସ୍ଥାନୀୟ ଥାନା ନୁଆଁଗଡ ଗ୍ରାମରେ । ନିରାଶ ପ୍ରେମିକା ଶେଷରେ ନ୍ୟାୟ ପାଇଁ ହିଞ୍ଜିଳି ଥାନାରେ ଦ୍ୱାରସ୍ଥ ହେବା ପରେ ରସିକିଆ ଫେରାର ପ୍ରେମିକଙ୍କୁ ହିଞ୍ଜିଳି ପୋଲିସ ଗିରଫ କରିବା ସହ ମହିଳାଙ୍କ ଡାକ୍ତରୀମାଇନା କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୩୭୭/୨୨ ରେ ଏକ ମାମଲାର ରୁଜୁ କରି ଗିରଫ ଯୁବକଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପ୍ରକାଶ ଯେ, ଚମାଖଣ୍ଡି ଥାନା ଅଞ୍ଚଳର ସୁମତି ନାୟକ(୨୪) ଗତ ପ୍ରାୟ ୭ ବର୍ଷ ପୂର୍ବେ ହିଞ୍ଜିଳିକାଟୁ ପୌରାଞ୍ଚଳ ନୁଆଁଗଡ ଗ୍ରାମର ମୁନା ନାୟକଙ୍କୁ ବିବାହ କରିଥିଲେ । ବିବାହ ପରେ ସେହି ଗ୍ରାମର ମହିଳାଙ୍କ ସର୍ମ୍ପକୀୟ ଦିଅର ପ୍ରଶାନ୍ତ ନାୟକ ଥଟାମଜା କରିବା ସହ ପ୍ରେମ ନିବେଦନ କରିଥିଲେ । ଏଥିରେ ସଫଳ ହେବା ସହ ଯୁବକ ଜଣଙ୍କ ସମୟ ସୁବିଧା ଦେଖି ଘରେ ମହିଳାଙ୍କୁ ଏକୁଟିଆ ପାଇ ଶାରୀରିକ ସର୍ମ୍ପକ ରଖି ଆସୁଥିଲେ ବୋଲି ସୁମତି ଅଭିଯୋଗରେ ଦର୍ଶାଇଛନ୍ତି । ପ୍ରେମରେ ଅନ୍ଧ ହୋଇ ଶେଷରେ ୫ ବର୍ଷର ଝିଅ ଓ ସ୍ୱାମୀଙ୍କୁ ପର କରି ପ୍ରେମିକ ସହ ଫେରାର ହୋଇ ଯାଇଥିଲେ । କିଛି ଦିନ ଭୂବନେଶ୍ୱରରେ ରହିବା ପରେ କାମ କରିବା ପାଇଁ ଯୁବକ ଜଣଙ୍କ ମହିଳାଙ୍କୁ ଜୈନିକ ସର୍ମ୍ପକୀୟଙ୍କ ଘରେ ଛାଡି ଚେନ୍ନାଇ ଯାଇଥିଲେ । କିଛି ଦିନ ପରେ ଚେନ୍ନାଇରୁ ଆସି ସୁମତିଙ୍କୁ ନେଇ ଚେନ୍ନାଇ ଯାଇଥିଲେ । ସବୁ କିଛି ଖେଳ ଶେଷ ହୋଇଯିବା ପରେ ପ୍ରଶାନ୍ତ ୨୨ ତାରିଖରେ ସୁମତିଙ୍କୁ ଭୂବନେଶ୍ୱରରେ ଛାଡି ଫେରାର ହୋଇ ଯାଇଥିଲେ । ମହିଳା ଜଣଙ୍କ ପ୍ରେମିକଙ୍କୁ ଖୋଜା ଖୋଜି କରିବା ସହ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରେମିକ ଜଣଙ୍କୁ ସୁମତିଙ୍କ ଫୋନ ରିସିଭ କରିନଥିଲେ । ଅନ୍ୟ ଉପାୟ ନପାଇ ଶେଷରେ ୨୩ ତାରିଖରେ ସୁମତି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ସୋମବାର ରାତିରେ ହିଞ୍ଜିଳି ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।