ଲମ୍ବା ଜିଭ ଥିବା ଶିଶୁ
ଓକଲାହାମର ଫାରା ରଥ୍ ଗର୍ଭବତୀ ଥିବା ସମୟରେ ଅଲଟ୍ରାସାଉଣ୍ଡ କରାଇଥିଲେ ଆଉ ଯାହା ଦେଖିଲେ ତାଙ୍କୁ ବେଶ୍ କୌତୂହଳମୟ ଲାଗିଥିଲା । ଅଲଟ୍ରାସାଉଣ୍ଡ ଦେଖିଲେ ଲାଗୁଥିଲା ତାଙ୍କ ଗର୍ଭସ୍ଥ ଛୁଆଟି ଜିଭ ବାହାର କରି ଖତେଇ ହେବା ପରି ରହିଛି । ହେଲେ ତାହା ଯେ ଏକ ସାଧାରଣ ଘଟଣା ନୁହେଁ ସେ ଜାଣି ନ ଥିଲେ । ଶିଶୁଟି ଜନ୍ମ ହେବା ପରେ ଜଣାଗଲା ପିଲାଟି ବଡ଼ ଜିଭ ନେଇ ଜନ୍ମ ହୋଇଛି । ଆଉ ସେ ବେକ୍ୱିଥ୍ ୱିଡମାନ୍ ସିଣ୍ଡ୍ରୋମ (ବିଡବ୍ଲ୍ୟୁଏସ୍) ନାମକ ଏକ ବିରଳ ଓଭରଗ୍ରୋଥ୍ ରୋଗରେ ଆକ୍ରାନ୍ତ । ଫଳରେ ତା\’ର ଅସ୍ୱାଭାବିକ ଭାବେ ଜିଭ ବଢିଛି ଓ ଜିଭ ବାହାରକୁ ବାହାରି ରହିଛି । ଏଥିପାଇଁ ବେକର୍ ରଥ୍ ନାମକ ଏହି ଶିଶୁକୁ ଖାଇବା, ପିଇବା ଆଦିରେ ସମସ୍ୟା ହେଉଥିଲା । ଶେଷରେ ଡାକ୍ତର ଅସ୍ତ୍ରୋପଚାର କରି ଜିଭର ଆକାରକୁ ଛୋଟ କରିଛନ୍ତି । ଏବେ ପିଲାଟିକୁ ଖାଇବା, ପିଇବା ଓ କଥା କହିବା ଶିଖାଯାଉଛି । କେବଳ ଏହି ସମସ୍ୟା ଦେଇ ପିଲାଟି ଗତି କରୁ ନାହିଁ, ବରଂ ସେ ହେପାଟୋବ୍ଲାଷ୍ଟୋମା ନାମକ ଏକ ବିରଳ କ୍ୟାନ୍ସରରେ ବି ଆକ୍ରାନ୍ତ । ତେବେ ଏକଥା ଜାଣି ନଥିବା ବେକର୍ କିନ୍ତୁ ବେଶ୍ ଖୁସ୍ ମିଜାଜ୍ର ଅଟେ ।


