‘ଲଲିପପ୍‌’ ସିଙ୍ଗର ପୱନଙ୍କ ହୋଲି ଧମାକା

‘ଲିଲିପପ୍‌ ଲାଗେ ଲୁ’ ଗୀତ ମାଧ୍ୟମରେ ସାରା ବିଶ୍ବରେ ଲୋକପ୍ରିୟତା ହାସଲ କରିଥିବା ଭୋଜପୁରୀ ଗାୟକ ପୱନ ସିଂ ‘କମରିଆ ହିଲା ରହୀ ହୈ’ ଗୀତ ମାଧ୍ୟମରେ ହିନ୍ଦୀ ମ୍ୟୁଜିକ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ହୋଲି ଗୀତ ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି।
ଜେଜଷ୍ଟ ମ୍ୟୁଜିକ୍‌ ତିଆରି କରୁଥିବା ଏହି ଗୀତରେ ପୱନଙ୍କ ସହିତ ଲରେନ୍‌ ଗୋଟଲିବ ମଧ୍ୟ ନଜର ଆସିବେ। ଏହି ଗୀତର କୋରିଓଗ୍ରାଫି ମୁଦ୍ଦସର ଖାନ କରିଛନ୍ତି। ପୱନ ଓ ପାୟଲ ଦେବ ମିଶି ଏହାର ରେକର୍ଡିଂ କରିଛନ୍ତି। ଏ ସମ୍ପର୍କରେ ପୱନ କହିଛନ୍ତି ଯେ ‘କମରିଆ ହିଲା ରହୀ ହୈ’ ଗୀତ ଗାଇ ତାଙ୍କୁ ବହୁତ ମଜା ଲାଗିଲା। ତାଙ୍କର ସମସ୍ତ ଗୀତକୁ ପ୍ରଶଂସକମାନେ ଯେଉଁ ଭଳି ଭାବେ ଭଲ ପାଇବା ଦେଉଛନ୍ତି, ଏହି ଗୀତକୁ ମଧ୍ୟ ସମାନ ଭଲ ପାଇବା ଦିଅନ୍ତୁ ବୋଲି ସେ ଚାହୁଥିବା ପୱନ ସିଂ କହିଛନ୍ତି। ୨୪ ଫେବ୍ରୁଆରୀରେ ଏହି ଗୀତ ରିଲିଜ୍‌ ହେବାକୁ ଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ