ଲଷ୍ମୀପୂଜା ପାଇଁ ବିଭିନ୍ନ କମିଟିକୁ ନେଇ ଶୃଙ୍ଖଳା ବୈଠକ ଅନୁଷ୍ଠିତ
ହାଟଡିହି, (ବିକାଶ ବିଶ୍ୱାଳ ):ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ହେବାକୁ ଥିବା ଲଷ୍ମୀ ପୂଜା କିପରି ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେବ ସେନେଇ ନନ୍ଦପଡା ପୁଲିସ ପକ୍ଷରୁ ଶାଳଣିଆ ଓ ଛେନାପଦି ଛକରେ ଦୁଇଟି ବୈଠକ କରାଯାଇ ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ନନ୍ଦିପଡା ଥାନା ଆଇ ଆଇ ସି ରବିନ୍ଦ୍ର କୁମାର ପାତ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକରେ ଆମ ପୁଲିସ କର୍ମକର୍ତ୍ତା ସୁଧାଂଶୁ ଦକ୍ଷିଣ ରାୟ, ତାରିଣୀ କମିଟି ସଭାପତି କୃଷ୍ଣଚନ୍ଦ୍ର ଜେନା, ବରିଷ୍ଠ ଉପଦେଷ୍ଟା ପଞ୍ଚାନନ ବେହେରା, କିଶୋର ଆଚାର୍ଯ୍ୟ, କାମପାଳ ନାୟକ, ସୁଧାଂଶୁ ବିଶ୍ୱାଳ, ରବିନ୍ଦ୍ର ଜେନା, ଭଗବାନ ନାୟକ, ପ୍ରଫୁଲ ବେହେରା, ଦୁର୍ଯ୍ୟୋଧନ ସାହୁ, ହିମାଂଶୁ ନାୟକ, ଆକାଶ ସା, ସୁଶାନ୍ତ ଓଝା, ବସନ୍ତ କୁମାର ରଥ, ବାବନ ବିଶ୍ୱାଳ, ଟୁଲୁ ନାୟକ, ସୁବ୍ରତ କୁମାର ପାତ୍ର, ପୁନିଆ ସାହୁ, ଅଜିତ ସ୍ୱାଇଁଙ୍କ ସମେତ ହାଟଡ଼ିହି, ଜଳକଳଙ୍ଗ, ଅଣା, ଛେନାପଦି ଛକର ୫ଟି ପୂଜା କମିଟିର ସଦସ୍ୟ ମାନେ ଯୋଗଦେଇଥିଲେ। ପୂଜାକୁ ଶାନ୍ତି ଶୃଙ୍ଖଳାର ସହ କରାଯିବା ଓ ପ୍ରବଳ ଗହଳି କୁ ଦୃଷ୍ଟିରେ ରଖି ଯାନବାହନ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇ ଥିଲା। ଏନେଇ ବ୍ୟାପକ ପୁଲିସ ମୃତୟନ କରାଯିବା ସହିତ ପୂଜା କମିଟି ସଦସ୍ୟ ମାନେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ସହଯୋଗ କରିବେ ବୋଲି ସମତ୍ତି ଜଣାଇଥିଲେ। ସେହିପରି ଶାଳଣିଆ ରେ ଅନୁଷ୍ଠିତ ପୁଜାରେ କମିଟି ସଦସ୍ୟ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ଯତ୍ନବାନ ହେବେ ବୋଲି ସମତ୍ତି ଜଣାଇଥିଲେ।