ଲସ୍କର ହିଟ୍ ଲିଷ୍ଟରେ ମୋଦି, ଶାହ, କୋହଲି

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ହିଟ୍ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମ ରହିଥିବା ଜଣାପଡ଼ିଛି । ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ସମ୍ପର୍କିତ ଏକ ଧମକ ପୂର୍ଣ୍ଣ ଚିଠି ମିଳିଛି । ଏହି ଚିଠି ମାଧ୍ୟମରେ ଆତଙ୍କବାଦୀ ସଂସ୍ଥା ଲସ୍କର-ଇ-ତୋଏବା ମୋଦୀ, ବିରାଟ, ଶାହ ଏବଂ ରାଷ୍ଟପ୍ରତି ରାମନାଥ କୋବିନ୍ଦଙ୍କୁ ହତ୍ୟା କରିବାକୁ ଧମକ ଦେଇଛି । ଏହି ଭାରତୀୟ ନେତାଙ୍କୁ ଟାର୍ଗେଟ କରିବାକୁ ପାକିସ୍ତାନର ଲସ୍କର-ଇ-ତୋଏବା ତାର ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ଜଣାପଡ଼ିଛି । ଏହି ଧମକପୂର୍ଣ୍ଣ ପତ୍ର ଲସ୍କର-ଇ-ତୋଏବାର କୋଜିକୋଡ ୟୁନିଟ ପକ୍ଷରୁ ରାଜନାଥ ସିଂହ, ପୂର୍ବତନ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଜେପି କାର୍ଯ୍ୟକାରୀ ସଭାପେତି ଜେ.ପି ନଡ୍ଡା, ଲାଲ କୃଷ୍ଣ ଆଡଭାନୀ, ଆରଏସଏସ ମୁଖ୍ୟ ମୋହନ ଭାଗବତ ପ୍ରମୁଖଙ୍କ ନାମ ମଧ୍ୟ ଏହି ହିଟ୍ ଲିଷ୍ଟରେ ରହିି । ଏଭଳି ଏକ ଧମକପୂର୍ଣ୍ଣ ଚିଠି ପାଇବା ପରେ ଏନଆଇଏ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥା ଗୁଡ଼ିକୁ ସଜାଗ ରହିବାକୁ ପରାମର୍ଶ ଦେଇଛି । ସେହିଭଳି ଜମାତ-ଉଦ-ଦାୱାର ମୁଖ୍ୟ ଆତଙ୍କବାଦୀ ହାଫିଜ ସୟିଦ ମଧ୍ୟ ଭାରତ ବିରୋଧରେ ଜିହାଦ ଚଳାଇ ରଖିବାକୁ ଷଡଯନ୍ତ୍ର କରୁଛି ବୋଲି ଏନଆଇଏ କହିଛି । ଲସ୍କର ହିଟ୍ ଲିଷ୍ଟରେ ଥିବା ଅଧିକାଂଶ ନେତାଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦେବାପରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଭାରତ ବିରୋଧରେ ଆକ୍ରମଣ ଓ ଷଡଯନ୍ତ୍ର ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ