ଲାଇଟ ଆଣ୍ଡ ସାଉଣ୍ଡ ମାଲିକଙ୍କ ଦାବୀ ପୂରଣ ନହେଲେ ରାଜରାସ୍ତାକୁ  ଓହ୍ୱଲାଇବାକୁ ଚେତାବନୀ 

ଛତ୍ରପୁର (ଦେବଦତ୍ତ ମହାରଣା): କରୋନା ମହାମାରୀ ଯୋଗୁଁ ପ୍ରାୟ ୫୦ ହଜାର ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ଓ ସେମାନଙ୍କ ପ୍ରାୟ ୧୦ ଲକ୍ଷ ପରିବାର ବର୍ଗ ସିଧାସଳଖ ପ୍ରଭାବିତ ହୋଇଛନ୍ତି । ଏଣୁ ଆଗାମୀ ଗଣେଷ ପୂଜାରେ କରୋନା ଗାଇଡ ଲାଇନ ଅନୁସାରେ ଡିଜେ, ବ୍ୟାଣ୍ଡ ପାର୍ଟି ଓ ବିଭିନ୍ନ ପ୍ରକାର ରୋଡ ସୋକୁ ଅନୁମତି ପ୍ରଦାନ କରିବା , ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ କମ୍ ସଂଖ୍ୟାରେ ଲୋକଙ୍କ ଉପସ୍ଥିତିରେ କରିବା ନିମନ୍ତେ ପରମିସନ ଦେବା , ରୋଡ ସୋରେ ସର୍ବନିମ୍ନ ୧୦୦ ଜଣ ଲୋକ ଓ ଡିଜେ ବ୍ୟାଣ୍ଡ ପାର୍ଟିକୁ ଅନୁମତି ପ୍ରଦାନ କରିବା ଏବଂ ବିବାହ ଆଦି କାର୍ଯ୍ୟକ୍ରମରେ କମ୍ ସଂଖ୍ୟାରେ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତା ମୂଳକ କରାଯାଇ ଲୋକଙ୍କୁ ଅନୁମତି ପ୍ରଦାନ କରିବା , ନିର୍ଦ୍ଧାରିତ ଗାଇଡଲାଇନ ସହିତ ରୋଡଶୋ ଏବଂ ଷ୍ଟେଜ ଶୋ କରିବାକୁ ଅନୁମତି ପ୍ରଦାନ କରିବା ଭଳି ବିଭିନ୍ନ ଦାବି ନେଇ ଶୁକ୍ରବାର ୩୦ଟି ଜିଲ୍ଲାର ଲାଇଟ ଆଣ୍ଡ ସାଉଣ୍ଡ ଆସୋସିଏସନ୍ ପକ୍ଷରୁ ସମସ୍ତଜିଲ୍ଲାପାଳମାନଙ୍କୁ ଦାବୀ ପ୍ରଦାନ କରିବା ନିମନ୍ତେ ରାଜ୍ୟ ସଂଘର ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଲାଇଟ ଆଣ୍ଡ ସାଉଣ୍ଡ ଆସୋସିଏସନ୍ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହାସହ ସେମାନଙ୍କ ହିତନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସକାଶେ ଅନୁମତି ପ୍ରଦାନ କରିବା ପାଇଁ ଆସୋସିଏସନର କର୍ମକର୍ତ୍ତା ମାନେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଖେସ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଗାମୀ ଦିନରେ ଯଦି ସେମାନଙ୍କ ଦାବୀ ପୂରଣ ନ ହୁଏ ତେବେ ସେମାନେ ବାଧ୍ୟ ହୋଇ ସେମାନେ ରାଜରାସ୍ତାକୁ ଓହ୍ଲାଇବା ସହିତ ଆମରଣ ଅନଶନ କରିବେ ବୋଲି ଆଶୋସିଏସନ୍ ପକ୍ଷରୁ କୁହାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଛତ୍ରପୁରର ଆର. କାନାକା ରାଓ, ଗୁନା ତ୍ରିପାଠୀ, ପବିତ୍ର ରାଉଳ, ହାଡୁବନ୍ଧୁ ସେଠୀ, ଗୋପାଳ କୃଷ୍ଣ ଶତପଥି, ଧୃବ କୁମାର ପ୍ରଧାନ, ବାଉରୀ ବନ୍ଧୁ ସାହୁ, ଏସ୍‌. ସନ୍ତୋଷ ରେଡ୍ଡି, ପି. ଋାମୁ, କୁନି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ