ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ 

ଛତ୍ରପୁର, (ଦେବଦତ୍ତ ମହାରଣା) : ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ଜିଲ୍ଲା ସ୍ତରର ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଛତ୍ରପୁର ଉପଖଣ୍ଡ ସ୍ତରୀୟ ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । କରୋନାରେ ବହୁଦିନ ଧରି ବନ୍ଦ ଥୀବା ଲାଇଟ ଅ୍ଧତ୍ପ ସାଉଣ୍ଡ ମାଲିକମାନଙ୍କ ରୋଜଗାର କିପରି ଚାଲିବ ଏବଂ ବର୍ତ୍ତମାନ ବାହାଘର ଋତୁ ଆସୁଥିବା ଯୋଗୁଁ ବାହାଘର ଶୋଭାଯାତ୍ରା ପାଇଁ ସାଉଣ୍ଡ ଅନୁମତି ଦେବାକୁ ଏଠାରେ ଆଲୋଚନା ହୋଇଥିଲା । ଏଥିରେ ଆର୍‌. କାନକା ରାଓ, ଅଶୋକ କୁମାର ବେହେରା, ହାଡୁବନ୍ଧୁ ସେଠୀ, ପବିତ୍ର ରାଉଳ, କୃଷ୍ଣ ଚନ୍ଦ୍ର ରଥ, ସନ୍ତୋଷ ରେଡ୍ଡି, ଗୋପାଳ କୃଷ୍ଣ ଶତପଥି, ପି. ଋାମୁ, ଟି. ଭାସ୍କର, ପି. ୟୋଗେନ୍ଦ୍ର, ଚନ୍ଦ୍ରୟା ରେଡ୍ଡି, ନରସିଂହ ରେଡ୍ଡି, ବାଲାଜୀ ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ