ଲାଇଟ ଏବଂ ସାଉଣ୍ଡ ବ୍ୟବସାୟୀ ମାନେ ଗଂଜାମ ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ
ଛତ୍ରପୁର,(ଦେବଦତ୍ତ ମହାରଣା) : କରୋନା ଏବେ ଜିଲ୍ଲାରେ ନିୟନ୍ତ୍ରଣରେ ଅଛି । ଧାର୍ମିକ ଓ ଶିକ୍ଷା ଅନୁଷ୍ଠାନ , ଯାତ୍ରା ପାର୍ଟି , ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିଲାଣି । ଆମକୁ ମଧ୍ୟ ଅନୁମତି ଦିଅନ୍ତୁ ଆମେ ଆମ ବ୍ୟବସାୟ କରି ନିଜ ନିଜ ପରିବାର ପ୍ରତିପୋଷଣ କରିବା ସହ ଆମ ପାଖରେ କାମ କରୁଥିବା କର୍ମଚାରୀ ମାନଙ୍କ ପରିବାର ଚଳିବାରେ ସହାୟକ ବୋଲି ଆଜି ଗଂଜାମ ଜିଲ୍ଲା ଲାଇଟ୍ ଏବଂ ସାଉଣ୍ଡ ବ୍ୟବସାୟ କରୁଥିବା ମାଲିକମାନେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ସେମାନଙ୍କ ବ୍ୟବସାୟ ଚଳ ଚଂଚଳ କରିବା ନିମନ୍ତେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ୯ ମାସ ହେଲା କରୋନା ମହାମାରୀ ଯୋଗୁଁ ଜିଲ୍ଲାରେ ପ୍ରାୟ ୨ହଜାର ମାଲିକ ତାହାସହିତ ୧୦ହଜାର କର୍ମଚାରୀ ବିଭିନ୍ନ ଅସୁବିଧାର ସମ୍ମିଖୀନହୋଇ ଆସୁଛନ୍ତି । ସେମାନଙ୍କୁ ବ୍ୟବସାୟୀ କରିବାକୁ ଅନୁମତି ପ୍ରଦାନ କଲେ ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ସାହାର୍ଯ୍ୟ ହେବ ବୋଲି ମଧ୍ୟ କହିଛନ୍ତି । ବର୍ଷକୁ ୫ମାସ ସେମାନଙ୍କ ବ୍ୟବସାୟ ହୁଏ । ଗତବର୍ଷର ବ୍ୟବସାୟ ସଂପୂର୍ଣ୍ଣ ନଷ୍ଟ ହୋଇଗଲ।। ସେମାନେ ବିଭିନ୍ନ ବ୍ୟାଙ୍କ କିମ୍ବା ହାତ ଋଣ ସୁଜିବେ କେମିତି ତାହା ନେଇ ଚିନ୍ତା ରେ ଅଛନ୍ତି । ଏହାସହ ଗତ ମାର୍ଚ୍ଚ ମାସ ଠାରୁ ଏପର୍ଯ୍ୟନ୍ତ ସେମାନଙ୍କ ପରିବାର ଚଳାଇବା ନିମନ୍ତେ ଧାର କରଜ ବଢିଗଲାଣି । ତେଣୁ ସେମାନଙ୍କୁ ଅନୁମତି ମିଳିଲେ ସମସ୍ତେ ଉପକୃତ ହେବେ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ସଂଘ ପକ୍ଷରୁ ୨୨.୯.୨୦୨୦ ତାରିଖ ଦିନ ଅନୁମତି ସହ ସାହାର୍ଯ୍ୟ ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କ ଦାବି ପତ୍ର କରାଯାଇଥିବା ସଂଘ ପକ୍ଷରୁ କହୁଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ କୁନି ପଟ୍ଟନାୟକ, ଆର. କାନକା ରାଓ, ହାଡୁବନ୍ଧୁ ସେଠି, ବାଉରି ବନ୍ଧୁ ସାହୁ , କୃଷ୍ଣ ଚନ୍ଦ୍ର ରଥ, ବାବୁଲା ସାହୁ, ଭାଷ୍କର ରାଓ ଓ ଗୁଣାକର ତ୍ରିପାଠୀଙ୍କ ସମେତ ଶତାଧିକ ଲାଇଟ ଏଣ୍ଡ ସାଉଣ୍ଡ ମାଲିକ ମାନେ ଉପସ୍ଥିତ ଥିଲେ ।