ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ , ୧୨ଟି ଟ୍ରେନ ଚଳାଚଳ ବାତିଲ
ଭୁବନେଶ୍ୱର, (ୱାଇଏନ୍ଏସ୍): ଅନୁଗୋଳ-ତାଳଚେର ରୋଡ୍ରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ଢେଙ୍କାନାଳ-ସମ୍ବଲପୁର ରେଳ ଲାଇନରେ ବାଧାପ୍ରାପ୍ତ ହୋଇଛି ଟ୍ରେନ୍ ଚଳାଚଳ । ଲଗାଣ ବର୍ଷା ଯୋଗୁ ଅନୁଗୋଳ-ତାଳଚେର ରୋଡର ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ହେଲେ ଏଥିରେ କେହି ମୃତାହତ ହୋଇ ନାହାନ୍ତି । ୧୨ଟି ଟ୍ରେନର ଚଳାଚଳ ବାତିଲ ହୋଇଥିବା ବେଳେ ୮ଟି ଟ୍ରେନ୍ର ଗତିପଥ ବଦଳିଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ ବର୍ଷାରେ ପାଣି ଜମିବା ଯୋଗୁଁ ମାଲଗାଡ଼ି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି ।ବାତିଲ ହୋଇଥିବା ଟ୍ରେନ୍ ମଧ୍ୟରେ ରାଉରକାଲେ-ପୁରୀ ସ୍ପେଶାଲ୍(୦୮୧୦୫), ରାଉରକେଲା-ଭୁବନେଶ୍ୱର ସ୍ପେଶାଲ(୦୨୮୬୧), ପୁରୀ-ରାଉରକେଲା(୦୮୧୦୬), ଭୁବନେଶ୍ୱର-ରାଉରକେଲା ସ୍ପେଶାଲ(୦୮୨୬୦) ଏବଂ ଗତିପଥ ବଦଳାଇଥିବା ଟ୍ରେନ୍ ଗୁଡିକ ହେଲଶ ଆନନ୍ଦବିହାର-ଭୁବନେଶ୍ୱର ସ୍ପେଶାଲ୍(୦୨୮୧୪) ବିଶାଖାପାଟଣା-ଅମ୍ରିତସର ସ୍ପେଶାଲ(୦୮୫୦୩) ଦୁର୍ବ-ପୁରୀ ସ୍ପେଶାଲ (୦୮୪୨୬) ହାତିଆ-ପୁରୀ ସ୍ପେଶାଲ (୦୮୪୫୧), ଏଲଟିଟି-ପୁରୀ ସ୍ପେଶାଲ (୦୨୧୪୫)
ବିକାନିର-ପୁରୀ ସ୍ପେଶାଲ (୦୪୭୦୯), ଗୁଣୁପୁର-ରାଉରକେଲା ସ୍ପେଶାଲ (୦୮୧୨୮),
ପୁପୀ-ଆଜମେର ସ୍ପେଶାଲ (୦୨୦୩୭) l