ଲାଇଫ୍ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଯାଜପୁର : ବ୍ଲକ ପଣସା ପଂଚାୟତ ଭଗବାନ ନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଲାଇପଂ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଯାଜପୁର ଉପଜିଲପ।।ଳ ନାରାୟଣ ଚନ୍ଦ୍ର ଧଳ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଯାଜପୁର ବିଡିଓ ସୌରଭ ଚକ୍ରବର୍ତି,ପୂର୍ବତନ ନଗରପାଳ ଭବପ୍ରସାଦ ଦାସ,ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ,ସ୍ଥାନୀୟ ସରପଂଚ ମୋନାଲିସା ପତି,ସମାଜସେବୀ ସୁରେଶ ପତି,ପୂର୍ବତନ ଜିଲା ପରିଷଦ ସଦସ୍ୟ ଶ୍ୟାମସୁନ୍ଦର ଶତପଥି,ଲାଇପଂ ଟ୍ରଷ୍ଟର ଅଧ୍ୟକ୍ଷ ନଟବର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଶିବିରରେ ଭେଷଜ,ସ୍ତ୍ରୀ ଓ ପ୍ରସୂତି,ଶିଶୁ,ଦନ୍ତ,ଶଲ୍ୟ,ଅସ୍ଥିଶଲ୍ୟ ବିଭାଗର ଅଭିଜ୍ଞ ଡାକ୍ତର ମାନେ ରୋୀଙ୍କ ଚିକିତ୍ସା କରିଥିଲେ । ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯିବା ସହିତ ମାଗଣାରେ ଔଷଧ ମଧ୍ୟ ବଂଟନ କରାଯାଇଥିଲା । ଡା ହରିଶଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଡା ସଂଘମିତ୍ରା ଦାସ,ଡା ଅଂଶୁମାନ ମିଶ୍ର,ଡା ପଂରବେଜ ଆଲାମ,ଡା ନାରାୟଣ ସ୍ୱାଇଁ,ଡା ଗୌରବ ଶର୍ମା,ଡା କୌସ୍ତଭ ସାମଲ ରୋଗୀ ମାନଙ୍କୁ ଚିକିତ୍ସା କରିବା ସହିତ ବିଭିନ୍ନ ଟିକା ମଧ୍ୟ ଦେଇଥିଲେ । ରୋଗୀ ମାନଙ୍କର ଏଣ୍ଡୋସ୍କପି,ଅଲ୍ଟ୍ରାସାଉଣ୍ଡ ଓ ହୃଦରୋଗର ବିଭିନ୍ନ ପରୀକ୍ଷା ମାଗଣାରେ କରାଯାଇଥିଲା । ଏହି ଶିବିରରେ ଆଖପାଖ ଅଂଚଳର ପ୍ରାୟ ୭୦୦ରୁ ଉର୍ଦ୍ଧ ରୋଗୀ ସେମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ ।ରୋଗୀ ମାନଙ୍କ ସୁବିଧା ପାଇଁ ଟ୍ରଷ୍ଟ ପକ୍ଷରୁ ବିସ୍କୁଟ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା ଗ୍ରାମାଚଂଳ ଲୋକଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ଏଭଳି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି । ସେପଟେ ଗ୍ରାମାଚଂଳରେ ପ୍ରତିଷ୍ଠିତ ଡାକ୍ତର ମାନଙ୍କ ଦ୍ୱାରା ଚିକିତ୍ସିତ ହେବା ସହିତ ମାଗଣାରେ ଔଷଧ ପାଇ ରୋଗୀ ମାନେ ବେଶ ଖୁସି ବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ