ଲାଇଫ ଲଙ୍ଗ ଫ୍ରେଣ୍ଡସ ଗ୍ରୁପ ପକ୍ଷରୁ ସତ୍ୟବ୍ରତଙ୍କୁ ସହାୟତା ପ୍ରଦାନ

ହାଟଡ଼ିହି,(ଯୁଗାବ୍ଦ ନୁ୍ୟଜ୍) : ରକ୍ତ କର୍କଟ ରୋଗରେ ପିଡୀତ ଥାଇ ଚିକିତ୍ସିତ ହେଉଥିବା ଶାଳବଣୀ ଗ୍ରାମର ସତ୍ୟବ୍ରତ ନାଥଙ୍କୁ ସହାୟତା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଆଜି ବଡରମ୍ପାସର ‘ଲାଇଫ ଲଙ୍ଗ ଫ୍ରେଣ୍ଡସ ଗ୍ରୁପ’ ପକ୍ଷରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଲାଇଫ ଲଙ୍ଗ ଫ୍ରେଣ୍ଡସ ଗ୍ରୁପର କର୍ମକର୍ତ୍ତା ରାଜୀବ ଲୋଚନ ସାହୁ ଶଳବଣୀରେ ପହଞ୍ଚି ସତ୍ୟବ୍ରତଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବାପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ତାଙ୍କ ଚିକିତ୍ସା ପାଇଁ ଆର୍ଥôକ ସହାୟତା ପ୍ରଦାନ କରିଛନ୍ତି । ସେହିପରି ବଞ୍ଚୋ ମା ବରାହୀ ସେବା ସଂଘର ସଦସ୍ୟମାନେ ତାଙ୍କ ଏକାଉଣ୍ଟ ମାଧ୍ୟମରେ ଆର୍ଥôକ ସହାୟତା ପ୍ରଦାନ କରିଥିବାବେଳେ ‘ସର୍ଭ ଫର ପିପୁଲ’ ପକ୍ଷରୁ ମଧ୍ୟ ସହଯୋଗର ହାତ ବଢ଼ାଯାଇଛି । ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ଶିକ୍ଷକ ସତ୍ୟବ୍ରତଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ସ୍ୱେଚ୍ଛାସେବୀ ସଂଗଠନ ମାନେ ସହଯୋଗର ହାତ ବଢ଼ାନ୍ତୁ ବୋଲି ପରିବାର ଲୋକେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ